କନକ ବ୍ୟୁରୋ: ଆଜିଠୁ ଆରମ୍ଭ ହିନ୍ଦୁ ନବବର୍ଷ । ଚୈତ ଶୁକ୍ଳ ପ୍ରତିପଦା ତଥା ରାଷ୍ଟ୍ରିୟ ହିନ୍ଦୁ ନବବର୍ଷ ଆରମ୍ଭ ହୋଇଛି ।ଆଜିଠାରୁ ଆରମ୍ଭ ହୋଇ ଏହି ଦିନ ୧୭ ତାରିଖ ରାମନବମୀ ଦିନ ଶେଷ ହୋଇଥାଏ ।

Advertisment

କଳସ ସ୍ଥାପନ କରିବାର ଶୁଭ ମୁହୁର୍ତ୍ତ ସକାଳ ୬ରୁ ଆରମ୍ଭ ହୋଇ ସକାଳ ୧୦ଟା ୨୮ ମିନିଟ୍ ପର୍ୟ୍ୟାନ୍ତ ଦେବୀଙ୍କ ପୂଜା ୯ଦିନ ଚାଲିଥାଏ । ଏଥିସହ ମାଆଙ୍କ ପୁରା ୯ଟି ବେଶ ଦେଖିବାକୁ ମିଳିଥାଏ ।

ଜ୍ୟୋତିଷଙ୍କ କହିବା ଅନୁଯାୟୀ ମାଆ ଏହି ବର୍ଷ ଘୋଡାରେ ଆସିବା ଦ୍ୱାରା ଏତେ ଶୁଭପ୍ରଦ ମିଳିବ ନାହିଁ । ଦେଶକୁ ବିପଦ ପଡିବା ସହ ପ୍ରାକୃତିକ କ୍ଷୟକ୍ଷତି ଘଟିବାର ଆଶଙ୍କ ରହିଛି । ଏହି ଦିନ ଦେବୀ ଦୁର୍ଗାଙ୍କୁ ପୂଜାର୍ଚ୍ଚନା କରାଯିବା ସହ ଶୁଭ କଳସ ବସାଯାଇଥାଏ । ନବବର୍ଷରେ ଶୁଭ ତିଥୀ ଅନୁଯାୟୀ ଶୁଭକାମ ଆରମ୍ଭ କରାଯାଏ ।