ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ଲଢିବାକୁ ହିନ୍ଦୁ ମହାସଭାର ଘୋଷଣା, ମଥୁରା-ବୃନ୍ଦାବନ ପାଇଁ ଘୋଷଣା କଲା ପ୍ରାର୍ଥୀଙ୍କ ନାମ

144

କନକ ବ୍ୟୁରୋ : ଆସନ୍ତା ବର୍ଷ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ନିର୍ବାଚନ ପୂର୍ବରୁ ସବୁ ରାଜନୈତିକ ଦଳମାନେ ନିଜକୁ ଦାବିଦାର କହି ନିର୍ବାଚନ ମୈଦାନକୁ ଉହ୍ଲାଇବାରେ ଲାଗିଛନ୍ତି । ଏହି କ୍ରମରେ ଅଖିଳ ଭାରତ ହିନ୍ଦୁ ମହାସଭା ୟୁପି ନିର୍ବାଚନରେ ପ୍ରାର୍ଥୀ ଦେବାନେଇ ଘୋଷଣା କରିଛି । ମହାସଭା କହିଛି କି ଡିସେମ୍ବର ୬ ତାରିଖରେ ଜଳାଭିଷେକ କରିବାକୁ ପ୍ରଶାସନ ଅନୁମତି ନଦେବାରୁ ହିନ୍ଦୁମାନଙ୍କର ସ୍ୱର ଏକାଠି କରିବାକୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି ।

ଅଖିଳ ଭାରତ ହିନ୍ଦୁ ମହାସଭା ବ୍ୟାନର ତଳେ ଶୁକ୍ରବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ହିନ୍ଦୁ ମହାସଭାର ପଦାଧିକାରୀମାନେ ରାଜ୍ୟର ପ୍ରତି ନିର୍ବାଚନୀ କ୍ଷେତ୍ରରେ ପ୍ରାର୍ଥୀ ଦେବାକୁ ଘୋଷଣା କରିଛନ୍ତି । ଏହି କ୍ରମରେ ମଥୁରା-ବୃନ୍ଦାବନ ବିଧାନସଭା କ୍ଷେତ୍ର ପାଇଁ ଦିନେଶ କୌଶିକଙ୍କ ନାମ ଘୋଷଣା କରିଛନ୍ତି ।

ଏହି କ୍ରମରେ ଅଖିଳ ଭାରତ ହିନ୍ଦୁ ମହାସଭାର ଜିଲ୍ଲାଧ୍ୟକ୍ଷ ଛାୟା ଗୌତମ ବ୍ରଜ, ମଣ୍ଡଳ ଅଧ୍ୟକ୍ଷ ବିହାରୀଲାଲ ବରିଷ୍ଠ କହିଛନ୍ତି କି ହିନ୍ଦୁ ମହାସଭା ରାଜ୍ୟର ସବୁଠୁ ପୁରୁଣା ରାଜନୈତିକ ଦଳ । ୧୯୧୫ ମସିହାରୁ ପାର୍ଟି ଅନେକ ଥର ନିର୍ବାଚନ ଲଢିଛି । ବିଭିନ୍ନ କ୍ଷେତ୍ରରେ ହିନ୍ଦୁମାନଙ୍କୁ ପ୍ରଶାସନ ସହଯୋଗ କରୁନାହିଁ , ସେମାନଙ୍କ କାର୍ଯ୍ୟକ୍ରମକୁ ଅନୁମତି ଦେଉ ନଥିବାରୁ ମହାସଭା ଏଥର ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଥିବା କଥା କହିଛନ୍ତି ।