ଫିଲ୍ମରେ ମହିଳାଙ୍କୁ ନେଇ ହୋଇଥିବା ପରିବର୍ତ୍ତନରେ ମୁଁ ଖୁସି : କରୀନା କପୁର ଖାନ୍

50

ଫିଲ୍ମ ଇଣ୍ଡଷ୍ଟ୍ରିରେ ମହିଳାଙ୍କ ପ୍ରତି ବଦଳୁଥିବା ଛବିକୁ ନେଇ ଏବେ ଖୁବ୍ ଖୁସି ଜାହିର୍ କରିଛନ୍ତି କରୀନା କପୁର ଖାନ୍। ସେ କହିଛନ୍ତି ମହିଳାଙ୍କୁ ଏବେ ଫିଲ୍ମରେ ପ୍ରଗତିଶୀଳ ନଜରରେ ଦେଖାଯାଉଛି । ଏଥିପାଇଁ ସେ ବହୁତ ଖୁସି । କରୀନା କହିଛନ୍ତି , ‘ହିନ୍ଦୀ ଫିଲ୍ମରେ ଏବେ ଯେଉଁଭଳି ଭାବେ ମହିଳାଙ୍କୁ ପ୍ରଦର୍ଶିତ କରାଯାଉଛି ସେହି ପରିବର୍ତ୍ତନ ସମସ୍ତଙ୍କ ନଜରକୁ ଆସିଛି । ଏବେ ଫିଲ୍ମରେ ନୂଆ ନିର୍ଦ୍ଦେଶକମାନେ ମଧ୍ୟ ଲେଖୁଛନ୍ତି ଏବଂ ସେମାନେ ମହିଳାଙ୍କର ସଠିକ୍ ଇମେଜ୍ ଦେଖାଇବାରେ ସଫଳ ହୋଇଛନ୍ତି । ପିଲ୍ମରେ ମହିଳାଙ୍କୁ ବର୍ତ୍ତମାନ ପ୍ରଗତିଶୀଳ ନଜରରେ ପ୍ରଦର୍ଶିତ କରାଯାଉଛି ।’

କରୀନା କପୁର ଖାନ୍ ଗତ ବର୍ଷ ଡିସେମ୍ବରରେ ମା’ ହୋଇଥିଲେ । ନିଜ ପୁଅ ତୈମୂର ଓ ନିଜ କାମ ଭିତରେ ତନ୍ତୁଳନ ବଜାୟ ରଖିବା ନେଇ କରୀନା କହିଛନ୍ତି, ‘ମୁଁ ସର୍ବଦା ପ୍ରଫେସନାଲ୍ ଓ ପର୍ସନାଲ୍ ଲାଇଫ୍ ମଧ୍ୟରେ ସନ୍ତୁଳନ ରଖିଛି । କିନ୍ତୁ ଏବେ ଏହା ମୋ ପାଇଁ କଠିନ ହୋଇପଡିଛି । କାରଣ ତୈମୂର ଏବେ ବହୁତ ଛୋଟ । ମୁଁ ସବୁଥିରେ ସନ୍ତୁଳନ ରଖିବାକୁ ଚେଷ୍ଟା କରୁଛି ଓ ଏଥିରେ ମୋତେ ପରିବାର ଓ ପତି ସୈଫ୍ ଙ୍କ ପୁରା ସହଯୋଗ ମଧ୍ୟ ମିଳୁଛି । ’

କରୀନାଙ୍କ କହିବାନୁସାରେ, ଭାରତୀୟ ମହିଳାମାନେ ନିଜର ଜୀବନରେ ଅନେକ ପ୍ରକାରର ଭୂମିକା ନିଭାଇ ଥା’ନ୍ତି । ମହିଳା ଏକା ସାଥିରେ ଅନେକ କାମ କରିପାରିବେ । ଏହା ସହ ସେମାନେ ନିଜ ଜୀବନକୁ ଭରପୁର ଉପଭୋଗ କରିପାରିବେ । କରୀନା କହିଛନ୍ତି , ‘ମୋତେ ଗର୍ବ ଯେ , ମୁଁ ବିବାହିତ , ସ୍ୱତନ୍ତ୍ର ଓ କାମ କରୁଥିବା ଜଣେ ମହିଳା ଅଟେ । ମୁଁ ଏହାକୁ ନେଇ ମୋ ପଇଁ ବଡ ସମ୍ମାନବୋଧ କରେ । ବିବାହ ପରେ ବି ମୁଁ କାମ କରୁଛି । ଆଉ ଏହା ମୋର ଏକ ଅଲଗା ପରିଚୟ ମଧ୍ୟ ହୋଇପାରିଛି ।’