ଖବର ବାଜିଲା, ନୋଟିସ ପ୍ରତ୍ୟାହାର ହେଲା । ପ୍ରଧାନମନ୍ତ୍ରୀଙ୍କ ରାଲିରେ ଯୋଗଦେବାକୁ ସାମ୍ବାଦିକଙ୍କୁ ମଗାଯାଇଥିଲା କ୍ୟାରେକ୍ଟର ସାର୍ଟିଫିକେଟ୍ ।

95

କନକ ବ୍ୟୁରୋ: ଖବର ବାଜିଲା, ନୋଟିସ ପ୍ରତ୍ୟାହାର ହେଲା । ପ୍ରଧାନମନ୍ତ୍ରୀଙ୍କ ରାଲିରେ ଯୋଗଦେବାକୁ ହେଲେ ସାମ୍ବାଦିକଙ୍କୁ କ୍ୟାରେକ୍ଟର ସାର୍ଟିଫିକେଟ ବା ଚରିତ୍ର ପ୍ରମାଣପତ୍ର ଦେବାକୁ ହେବ ବୋଲି ହିମାଚଳ ପ୍ରଦେଶର ପ୍ରଶାସନ ନୋଟିସ ଜାରି କରିଥିଲା । ଏହାକୁ ନେଇ ତୀବ୍ର ବିରୋଧ ପରେ ପ୍ରଶାସନ ସପ୍ଟେମ୍ବର ୨୯ରେ ଜାରି କରିଥିବା ନିୟମକୁ ପ୍ରତ୍ୟାହାର କରିିଛି । ଅଜାଣତରେ ଏପରି ଭୁଲ ହୋଇଛି ବୋଲି ପ୍ରଶାସନ କହିଛି । ଆଉ ଏହି ନୂଆ ବିଜ୍ଞପ୍ତି ଜାରି କରିଛି । ବିଳାଶପୁର ଜିଲ୍ଲା ପ୍ରଶାସନ ଏ ନେଇ ଦୁଃଖ ପ୍ରକାଶ କରିଛନ୍ତି ।

ଆସନ୍ତାକାଲି ହିମାଚଳ ପ୍ରଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଠକ ସାଙ୍ଗକୁ ରାଲି ରହିଛି । ଏହି ସମୟରେ ସମସ୍ତ ମିଡିଆ କର୍ମୀଙ୍କୁ ଖବର ସଂଗ୍ରହ ପାଇଁ ଆହ୍ୱାନ କରିଛି ଜିଲ୍ଲା ପ୍ରଶାସନ । ମୋଦୀ ହିମାଚଳ ପ୍ରଦେଶ ବିଳାଶପୁରରେ ଏମ୍ସର ନୂଆ କ୍ୟାମ୍ପସରେ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ଯୋଗ ଦେବାକୁ ଥିବା ସମସ୍ତ ସାମ୍ବାଦିକଙ୍କୁ କ୍ୟାରେକ୍ଟର ସାର୍ଟିଫିକେଟ ଦେବାକୁ କହିଥିଲା ପ୍ରଶାସନ । ଯାହାକୁ ବିରୋଧୀ କଂଗ୍ରେସ କହିଥିଲା ସାମ୍ବାଦିକଙ୍କୁ ସାର୍ଟିଫିକେଟ ଦେବାକୁ କହି ଅପମାନିତ କରିଛନ୍ତି ସରକାର । ଏଭଳି ନିୟମ ବାକ୍ ସ୍ୱାଧୀନତା ଉପରେ ରୋକ୍ ଲଗାଇବାକୁ ପ୍ରୟାସ ବୋଲି କଂଗ୍ରେସ କହିଥିଲା ।