ଔଷଧ ଖର୍ଚ୍ଚ ପାଇଁ ରହିବ ନାହିଁ ଚିନ୍ତା । ରୋଗରେ ପଡିଲେ ମେଡିକାଲ ଖର୍ଚ୍ଚ ପାଇଁ ଟଙ୍କା ଦେବେ ସରକାର

27

ରୋଗ ହେଲେ ଲୋକଙ୍କୁ ଆଉ ଔଷଧ କିଣିବା ପାଇଁ ଚିନ୍ତା କରିବାକୁ ପଡିବ ନାହିଁ । ସରକାର ସମସ୍ତଙ୍କ ପାଇଁ ଏଭଳି ସ୍ୱାସ୍ଥ୍ୟ ଯୋଜନା ଆରମ୍ଭ କରୁଛନ୍ତି । ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନାରେ ପାଂଚ ଲକ୍ଷ ପରିବାରକୁ ସାମିଲ କରାଯାଇଛି । ଏଥିପାଇଁ ଲୋକଙ୍କୁ ପ୍ରତିଦିନ ଏକ ଟଙ୍କା ଦେବାକୁ ପଡିବ । ବର୍ଷକୁ ଲୋକମାନେ ଦିନକୁ ଟଙ୍କେ ହିସାବରେ ବାର୍ଷିକ ୩୬୫ଟଙ୍କା ଦେବାକୁ ପଡିବ ।

ଖୁବ ଶୀଘ୍ର ଏଥିପାଇଁ ୧୦୦ଜଣ ମେଡିକାଲ ଅଫିସରଙ୍କୁ ନିଯୁକ୍ତି କରିବେ । ସାମ୍ବାଦିକ ସମ୍ମିଳନୀରେ ଏହି ଯୋଜନା ବିଷୟରେ ଘୋଷଣା କରିଛନ୍ତି ହିମାଚଳପ୍ରଦେଶର ବିପିନ ପାରାମର । ଜିଲ୍ଲା ସ୍ତରରେ ଲାଗୁ ହେବା ପରେ ଖୁବ ଶୀଘ୍ର ସବଡିଭିଜିଓନାଲ ସ୍ତରରେ ଲାଗୁ କରାଯିବ ବୋଲି ସେ କହିଛନ୍ତି ।

୨୦୨୨ ସୁଦ୍ଧା ରାଜ୍ୟକୁ ଟିବି ମୁକ୍ତ କରିବାକୁ ଆଉ ଏଥିପାଇଁ ସରକରା ନୂଆ ଯୋଜନା ଏସିଏଫ ବା ଆକ୍ଟିଭ କେସ ଫାଇଲିଙ୍ଗର ଶୁଭାରମ୍ଭ କରିଛନ୍ତି । ପାଲମପୁରରେ ଏହାର ଶୁଭାରମ୍ଭ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଜାନୁଆରୀ ୧୫ରୁ ବିଳାସପୁର, ହମିରପୁର ଓ କଙ୍ଗରାରେ ଏହି କାର୍ଯ୍ୟକ୍ରମ ଚାଲିଛି । ସ୍ୱାସ୍ଥ୍ୟକର୍ମୀମାନେ ଘରଘର ବୁଲି ଟିବି ରୋଗୀଙ୍କୁ ଚିହ୍ନଟ କରିବେ । ଆଉ ପ୍ରବାସୀ ବସ୍ତିମାନଙ୍କୁ ସରକାର ଗୁରୁତ୍ୱ ଦେଉଛନ୍ତି ।

ସେ କହିଛନ୍ତି ପୂର୍ବ ସରକାର ରାଜ୍ୟରେ ଅନେକ ମେଡିକାଲ କଲେଜ ପ୍ରତିଷ୍ଠା କରିଥିଲେ କିନ୍ତୁ କର୍ମଚାରୀଙ୍କର ଅଭାବ ଦେଖାଦେଇଥିଲା । ଏହାକୁ ଖୁବ ଶୀଘ୍ର ପୂରଣ କରାଯିବ । ସେହିପରି ମାଆ-ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ୟୁନିଟ ଖୋଲାଯିବ ।

ସୌଜନ୍ୟ : ଅମରଉଜାଲା