ଏବର୍ଷ ହେବନି ଛାତ୍ର ସଂସଦ ନିର୍ବାଚନ? ଇଲେକ୍ସନ ବଦଳରେ ସିଲେକ୍ସନ କରିବାକୁ ଉଚ୍ଚଶିକ୍ଷା ବିଭାଗର ନିଷ୍ପତି ।

2,035

କନକ ବ୍ୟୁରୋ : ଇଲେକ୍ସନ ନୁହେଁ ସିଲେକ୍ସନ । ବାତିଲ ହେଲା ଚଳିତ ବର୍ଷର ଛାତ୍ର ସଂସଦ ନିର୍ବାଚନ । ଛାତ୍ର ସଂସଦ ନିର୍ବାଚନ ବାତିଲ କଲେ ରାଜ୍ୟ ସରକାର । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଛି । ନିର୍ବାଚନ ବଦଳରେ ଛାତ୍ର ପ୍ରତିନିଧି ବାଛିବାକୁ ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଛି । ଏ ବାବଦରେ ସମସ୍ତ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟକୁ ଚିଠି ଲେଖିଛି ଉଚ୍ଚଶିକ୍ଷା ବିଭାଗ ।

ଛାତ୍ର ସମାଜର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଥିବା ସ୍ପଷ୍ଟ କରିଛି ବିଭାଗ । ତେବେ ଛାତ୍ର ସଂସଦ ନିର୍ବାଚନ ବଦଳରେ ବିକଳ୍ପ ବ୍ୟବସ୍ଥା ଉପରେ ଜୋର ଦେଇଛି ବିଭାଗ । ରାଜ୍ୟ ସରକାରଙ୍କ ଏହି ନିଷ୍ପତିକୁ କିଛି ଛାତ୍ରଗୋଷ୍ଠୀ ସ୍ୱାଗତ କରିଥିବା ବେଳେ କିଛି ଛାତ୍ର ସଙ୍ଗଠନ ବିରୋଧ କରିଛନ୍ତି ।

ରାଜ୍ୟ ସରକାରଙ୍କ ଏହି ନିଷ୍ପତି ପରେ ଛାତ୍ର ସଂସଦ ନିର୍ବାଚନ କନ୍ଦଳ ଉପରେ ଏକ ପ୍ରକାର ପୂର୍ଣ୍ଣଚ୍ଛେଦ ପଡିଛି । ଏହାଦ୍ୱାରା ଆଉ କଲେଜରେ ଅଶାନ୍ତି ଦେଖା ଦେବନି କି ଛାତ୍ରଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେବନି । ଜଳିବନି ଗାଡି କି ଫାଟିବନି ଛାତ୍ରଙ୍କ ମୁଣ୍ଡ । ରକ୍ତାକ ହେବନି କଲେଜ କ୍ୟାମ୍ପସ । ଏହାପୂର୍ବରୁ ଛାତ୍ର ସଂସଦ ନିର୍ବାଚନରେ ବାରମ୍ବାର ରକ୍ତାକ୍ତ ହୋଇଛି କଲେଜ କ୍ୟାମ୍ପସ । ରାଜ୍ୟର ଅଧିକାଂଶ କଲେଜରେ ଛାତ୍ର ଅଶାନ୍ତି ମଧ୍ୟ ଦେଖିବାକୁ ମିଳିଛି । ଯାହା ପରବର୍ତ୍ତୀ ସମୟରେ ଉଗ୍ର ରୂପ ଧରିଛି ।