କନକ ବ୍ୟୁରୋ: କାଉଡିଆଙ୍କ ସେବାରେ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ। ଭଦ୍ରକ କୋଠାର ଛକ ନିକଟରେ ମନ୍ତ୍ରୀ ରବିବାର ନିଜକୁ କାଉଡିଆଙ୍କ ସେବାରେ ସାମିଲ କରିଛନ୍ତି। ଭଦ୍ରକ ଆଖଣ୍ଡଳମଣୀ ଅଭିମୁଖେ ଆସିଥିବା କାଉଡିଆ ମାନଙ୍କର ପାଦ ଧୋଇଦେବା ସହିତ ସେମାନଙ୍କ ସେବା କରିଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ। ମନ୍ତ୍ରୀଙ୍କର ଏଭଳି ମହନୀୟତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ପ୍ରତ୍ୟେକ ବର୍ଷ ଶ୍ରାବଣ ମାସ ଅବସରେ ସୂର୍ଯ୍ୟବଂଶୀ ସୂରଜ ନିଜକୁ କାଉଡିଆଙ୍କ ସେବାରେ ନିୟୋଜିତ କରୁଥିବା ଦେଖିବାକୁ ମିଳିଥାଏ ।
କାଉଡିଆଙ୍କ ସେବାରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ; ଆଖଣ୍ଡଳମଣୀ ଯାଉଥିବା କାଉଡିଆଙ୍କର କଲେ ପାଦ ସେବା
/kanak/media/post_attachments/wp-content/uploads/2024/07/Screen-Shot-2024-07-29-at-9.38.40-AM.png)