ସବୁ ବିଶ୍ୱବିଦ୍ୟାଳୟକୁ ଉଚ୍ଚଶିକ୍ଷା ସଚିବଙ୍କ ଚିଠି: କରୋନା ପାଇଁ ପ୍ରତ୍ୟେକ୍ଷ ଭାବେ ଶିକ୍ଷାଦାନ ନକରିବାକୁ ପରାମର୍ଶ; ହୋଇପାରିବ ନାହିଁ ଥିଓରୀ କିମ୍ବା ପ୍ରାକ୍ଟିକାଲ ପରୀକ୍ଷା

798

କନକ ବ୍ୟୁରୋ: କରୋନାକୁ ଦୃଷ୍ଟିରେ ରଖି ସମସ୍ତ  ବିଶ୍ୱବିଦ୍ୟାଳୟ ଗୁଡିକୁ ଚିଠି ଲେଖିଛନ୍ତି ଉଚ୍ଚଶିକ୍ଷା ସଚିବଙ୍କ । କରୋନା ପାଇଁ ପ୍ରତ୍ୟେକ୍ଷ ଭାବେ ଶିକ୍ଷାଦାନ ନକରିବାକୁ ପରାମର୍ଶ ଦେବା ସହ ଆବଶ୍ୟକ ପଡିଲେ ଅନଲାଇନରେ କ୍ଲାସ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି

– ଥିଓରୀ କିମ୍ବା ପ୍ରାକ୍ଟିକାଲ ପରୀକ୍ଷା ହୋଇପାରିବ ନାହିଁ

-ସରକାରୀ ନିର୍ଦ୍ଦେଶ ଆସିଲେ କମ୍ ସମୟ ଭିତରେ ପରୀକ୍ଷା ପାଇଁ ପ୍ରସ୍ତୁତ ରୁହ

– ହଷ୍ଟେଲରେ କୌଣସି ଛାତ୍ରଛାତ୍ରୀ ରହି ପାରିବେ ନାହିଁ

– ବିନା ଅନୁମତିରେ ବିଶ୍ୱବିଦ୍ୟାଳୟ କି ହଷ୍ଟେଲକୁ ପ୍ରବେଶ ମନା

– ଯେଉଁ ସବୁ ପରୀକ୍ଷା ସରିଛି ତାହାର ମୂଲ୍ୟାଙ୍କନ ହେବ

– ଜୋନ ସ୍ତରୀୟ ମୂଲ୍ୟାଙ୍କନକୁ ଅନୁମତି ନାହିଁ

– ସେମିନାର, ୱାର୍କସପ ମନା , ଆବଶ୍ୟକ ପଡିଲେ ଅନଲାଇନରେ ହେବ

– ଗ୍ରୁପ A ର ସମସ୍ତ ଅଧିକାରୀ କାର୍ଯ୍ୟକ୍ଷେତ୍ରକୁ ଆସିବେ

– ଗ୍ରୁପ B, C, Dର ଏକ ତୃତୀୟାଂଶ କର୍ମଚାରୀ ଯୋଗଦେବେ

– କାର୍ଯ୍ୟାଳୟରେ ସାମାଜିକ ଦୂରତା ଓ ସ୍ୱଚ୍ଛତା ଉପରେ ଧ୍ୟାନ ଦେବେ