କନକ ବ୍ୟୁରୋ : ସମାନ ସ୍ଥିିତି ଦେଇ ଗତି କରୁଛି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଈ ବ୍ଲକର ସମସ୍ତ ୨୪ ପଂଚାୟତ । ଚଳିତ ବର୍ଷ ଅଭାବୀ ବର୍ଷା କାରଣରୁ ପଛେଇଯାଇଛି ଚାଷ କାର୍ଯ୍ୟ । ବ୍ଲକରେ କେନାଲ ମାଧ୍ୟମରେ ଜଳସେଚନ ସୁବିଧା ଥିବା ଚାଷ ଜମିକୁ ଛାଡିଦେଲେ ବର୍ଷା ପାଣି ଉପରେ ନିର୍ଭରକରି ଚାଷ କାର୍ଯ୍ୟ କରୁଥିବା ଚାଷୀମାନେ ଏବେ ସମସ୍ୟାରେ ପଡିଛନ୍ତି । ଏପରି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ମାର୍ଶାଘାଇ ବ୍ଲକର ପେଣ୍ଠ ଗ୍ରାମର ଶତାଧିକ ଚାଷି ।

Advertisment

ମାର୍ଶାଘାଇ ବ୍ଲକରେ ପ୍ରାୟ ୧୧ ହଜାର ୬୪୨ ହେକ୍ଟର ଚାଷଜମି ଥିବା ସେଥିମଧ୍ୟରୁ ୨୩୩୭ ହେକ୍ଟର ଜଳସେଚିତ । ବ୍ଲକର ୨୪ ପଞ୍ଚାୟତ ମଧ୍ୟରୁ ହିନ୍ଦୂଳିଆ, ମଣିକୁଣ୍ଡା, ମର୍ଶାଘାଇ, ଶିଳିପୁ. ଦଶିପୁର, ଦୁମୁକା, ଅଙ୍ଗୁଳେଇ , କୁହୁଡି ଓ କରିଲୋପାଟଣା ପରି ୯ ଟି ପଂଚାୟତରେ ଜଳସେଚନର ସୁବିଧା ଅଛି ବାକି ୧୫ ପଂଚାୟତର ଚାଷୀମାନେ ବର୍ଷାପାଣି ଉପରେ ନିର୍ଭର କରି ଚାଷ କାର୍ଯ୍ୟ କରିଥାନ୍ତି । କରାଣ୍ଡଆ ମାଇନର୍ କେନାଲରେ ପାଣି ଛାଡିବା ସହିତ ଲିଫ୍ଟଇରିଗେସନ୍ ପଏଣ୍ଟ ନିର୍ମାଣକରି ଚାଷି ମାନଙ୍କର ସମସ୍ୟାକୁ ଦୁର କରିବାପାଇଁ ଜିଲ୍ଲା ପ୍ରଶାସନକୁ ଗୁହାରୀ କରିଛନ୍ତି ଚାଷିକୁଳ ।