ଚର୍ଚ୍ଚାରେ ହାଇପ୍ରୋଫାଇଲ ପ୍ରେମକାହାଣୀ। ସୁସ୍ମିତା ସେନଙ୍କ ପଳାତକ ପ୍ରେମିକ ଲଳିତ ମୋଦୀ।

169

କନକ ବ୍ୟୁରୋ: ଚର୍ଚ୍ଚାରେ ହାଇପ୍ରୋଫାଇଲ ଲଭ ଷ୍ଟୋରୀ । ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନଙ୍କ ପ୍ରେମରେ ପଡିଛନ୍ତି କ୍ରିକେଟ ପ୍ରଶାସକ ଲଳିତ ମୋଦୀ । ସୁସ୍ମିତାଙ୍କ ଗୋପନୀୟ ପ୍ରେମ କାହାଣୀକୁ ସୋସିଆଲ ମିଡିଆରେ ଲଳିତ ମୋଦୀ ସେୟାର କରିବା ପରେ ସବୁଆଡେ ଖାଲି ଏହାରି ଚର୍ଚ୍ଚା । ଏହାସହ ସୁସ୍ମିତାଙ୍କ ସହ ନିଜର ରୋମାଣ୍ଟିକ ଫଟୋ ମଧ୍ୟ ସେୟାର କରିଛନ୍ତି ଲଳିତ ମୋଦୀ । ନଜର ପକାନ୍ତୁ :-
ଲଳିତ ମୋଦୀ କିଏ?
– ଲଳିତ ମୋଦୀ ଜଣେ ପ୍ରତିଷ୍ଠିତ ଶିଳ୍ପପତି ଓ କ୍ରିକେଟ୍ ପ୍ରଶାସକ
– ୨୦୦୫-୧୦ ମଧ୍ୟରେ ଭାରତୀୟ କ୍ରିକେଟ୍ କଂଟ୍ରୋଲ ବୋର୍ଡର ଉପାଧ୍ୟକ୍ଷ ଥିଲେ
– ପଞ୍ଜାବ କ୍ରିକେଟ୍ ଆସୋସିଏସନ୍ର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ
– ରାଜସ୍ଥାନ କ୍ରିକେଟ୍ ଆସୋସିଏସନ୍ର ଅଧ୍ୟକ୍ଷ ମଧ୍ୟ ଥିଲେ ଲଳିତ ମୋଦୀ
– ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ପ୍ରଥମ ଅଧ୍ୟକ୍ଷ ଥିଲେ ଲଳିତ ମୋଦୀ
– ତିନି ବର୍ଷ ପର୍ଯ୍ୟନ୍ତ ତାଙ୍କ ନେତୃତ୍ୱରେ ଆଇପିଏଲ୍ ଖେଳାଯାଇଥିଲା
– ୨୦୧୦ରେ ଠକାମୀ ଅଭିଯୋଗରେ ଲଳିତ ମୋଦୀଙ୍କୁ ନିଲମ୍ବିତ କରାଯାଇଥିଲା
– ମନି ଲଣ୍ଡ୍ରିଂ ଅଭିଯୋଗ ପରେ ସେ ଦେଶ ଛାଡି ପଳାଇଥିଲେ

ଆଇପିଏଲର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦି ଗୁରୁବାର ଏକ ଟୁଇଟ୍ ପୁରା ଦେଶବ୍ୟାପି ଚର୍ଚ୍ଚା ସୃଷ୍ଟି କରିଥିଲା । କିନ୍ତୁ ଲଲିତ ମୋଦୀଙ୍କ ଟ୍ୱିଟ୍ ଅନେକ ସମୟରେ ଚର୍ଚ୍ଚା ସୃଷ୍ଟି କରିଆସିଛି । ବିଭିନ୍ନ ସମୟରେ ଲଳିତ କ୍ରିକେଟ ପ୍ରସଙ୍ଗରେ ନିଜର ମତ ରଖିଥାନ୍ତି । ସିଧାସଳଖ ସେ ବିସିସିଆଇ ପୂର୍ବତନ ଅଧ୍ୟକ୍ଷ ଏନ୍ ଶ୍ରୀନିବାସନଙ୍କୁ ନିଶାନା କରି ଟ୍ୱିଟ୍ କରି ଲେଖିଥିଲେ, ଚେନ୍ନାଇ ସୁପରକିଙ୍ଗସର ଅତିକମରେ ୪ ଜଣ ଖେଳାଳୀ ମ୍ୟାଚ ଫିକ୍ସିଂରେ ଲିପ୍ତ ଅଛନ୍ତି । ଏହି ଘଟଣା ବର୍ଷ ବର୍ଷ ଧରି ଚାଲିଆସୁଛି, ମିଡିଆ ବନ୍ଧୁଙ୍କୁ ମଧ୍ୟ ସଜାଗ ରହିବାକୁ କହିବା ସହ ପ୍ରତି ମ୍ୟାଚ ଉପରେ ୯ରୁ ୧୦ ହଜାର କୋଟି ଟଙ୍କା ବେଟିଙ୍ଗ ପାଇଁ ଲାଗୁଛି । ଏନ ଶ୍ରୀନିବାସନଙ୍କ ଚେନ୍ନାଇ ସୁପର କିଙ୍ଗସ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇବା ଉଚିତ୍ ବୋଲି ସେ କହିବାକୁ ପଛେଇନଥିଲେ ।

ପଳାତକ ସାଜିଥିବା ଲଳିତ ମୋଦୀ ଇଂଲଣ୍ଡରେ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରୁଛନ୍ତି । ଲଣ୍ଡନରେ ତାଙ୍କ ଏକ ବଡ କୋଠା ରହିଛି । ୪ବର୍ଷ ପୂର୍ବେ ତାଙ୍କ ପତ୍ନୀଙ୍କ ଦେହାନ୍ତ ହୋଇଥିବା ବେଳେ ନିକଟରେ ସେ ଧୁମଧାମରେ ତାଙ୍କ ଝିଅର ବିବାହ କରିଛନ୍ତି । ଏହି ପ୍ରତିଷ୍ଠିତ ଶିଳ୍ପପତିଙ୍କ ଅପାର ଧନସମ୍ପତି ରହିଛି ।
ଲଳିତ ମୋଦୀଙ୍କ ସମ୍ପତ୍ତି
– ଗଣମାଧ୍ୟମ ସୂଚନା ଅନୁସାରେ ୫୭କୋଟି ଡଲାର ସମ୍ପତ୍ତିର ମାଲିକ
– ଭାରତୀୟ ମୁଦ୍ରାରେ ୪ହଜାର ୫୫୫କୋଟି ସମ୍ପତ୍ତିର ମାଲିକ ଲଳିତ
– ଏକ ଶିଳ୍ପପତି ପରିବାରରେ ଜନ୍ମ ଗ୍ରହଣ କରିଥିଲେ ମୋଦୀ
– ସିଗାରେଟ, ପାନ ମସଲା ଓ ବିଭିନ୍ନ ଫେମସ ବ୍ରାଣ୍ଡର ମାଲିକ ଲଳିତ ମୋଦୀ
– ରିଟେଲ ଷ୍ଟୋର, ରେସ୍ତୁରାଁ ଚେନ୍ ଓ ଟ୍ରାଭେଲ କମ୍ପାନୀର ମାଲିକ ଲଳିତ
– ଲଲିତଙ୍କ ଜେଜେବାପା ରାୟ ବାହାଦୂର ଗୁଜରାଲ ତାଙ୍କ ସମୟର ବିଶିଷ୍ଟ ଶିଳ୍ପପତି
– ୧୯୩୩ରେ ଚିନି କାରଖାନା କରି ବ୍ୟବସାୟ ଆରମ୍ଭ କରିଥିଲେ ରାୟ ବାହାଦୂର ଗୁଜରାଲ
– ପରେ ପରେ କାରବାର ବଢିବା ସହ ‘ମୋଦୀ ଏଣ୍ଟରପ୍ରାଇଜେସ’ ଗଠନ ହୋଇଥିଲା
– ଉତ୍ତରପ୍ରଦେଶ ମେରଠ ନିକଟରେ ମୋଦୀ ନଗର ପ୍ରତିଷ୍ଠା କରିଥିଲେ ରାୟ ବାହାଦୂର ଗୁଜରାଲ
– ୮ ଭାଇ ଭଉଣୀ ମଧ୍ୟରେ ସବୁଠୁ ବଡ ଥିଲେ ଲଳିତ ମୋଦୀଙ୍କ ବାପା କେକେ ମୋଦୀ
– ରାୟ ବାହାଦୂର ଗୁଜରାଲଙ୍କ ପରେ ସେ ବ୍ୟବସାୟ ସମ୍ଭାଳି ଥିଲେ

ବିଶିଷ୍ଟ ଶିଳ୍ପପତି ତଥା କ୍ରିକେଟ ପ୍ରଶାସକ ଲଳିତ ମୋଦୀ ଦୀର୍ଘ ଦିନ ହେଲା ବିଦେଶରେ ରହୁଛନ୍ତି । ମନି ଲଣ୍ଡ୍ରିଂ ମାମଲାରେ ଛନ୍ଦି ହେବା ପରେ ସେ ପଳାତକ ସାଜିଛନ୍ତି । ଏବଂ ଇଂଲଣ୍ଡରେ ନିଜ ପରିବାର ସହ ରହୁଛନ୍ତି ।

ପଳାତକ ଲଳିତ ମୋଦୀ
– ମନି ଲଣ୍ଡ୍ରିଂ ମାମଲାରେ ପଳାତକ ସାଜିଛନ୍ତି ଲଳିତ ମୋଦୀ
– ୨୦୧୦ରେ ସେ ଭାରତ ଛାଡି ପଳାଇଥିଲେ
– ଲଣ୍ଡନର ସ୍ଲୋଏନ ଷ୍ଟ୍ରିଟରେ ରହୁଛନ୍ତି ଲଳିତ ମୋଦୀ
– ଲଣ୍ଡନରେ ୫ହଜାର ବର୍ଗ ଫୁଟ ବିଶିଷ୍ଟ ୫ମହଲା କୋଠା ରହିଛି
– ଭାରତୀୟ ମୁଦ୍ରାରେ ୪ହଜାର ୫୫୫କୋଟି ସମ୍ପତିର ମାଲିକ ଲଳିତ

ସୁସ୍ମିତା ସେନଙ୍କ ସମ୍ପତ୍ତି
– ଭାରତୀୟ ମୁଦ୍ରାରେ ୭୪କୋଟି ଟଙ୍କାର ମାଲିକ ସୁସ୍ମିତା ସେନ
– ମାସିକ ପ୍ରାୟ ୬୦ଲକ୍ଷ ଟଙ୍କା ରୋଜଗାର କରନ୍ତି ସୁସ୍ମିତା
– ଅଭିନୟ ଓ ମଡେଲିଂ ପରେ ଦୁବାଇରେ ହୀରା ବ୍ୟବସାୟ କରନ୍ତି ସୁସ୍ମିତା
– ସୁସ୍ମିତାଙ୍କ ଦାମୀ ଗାଡିର ସଉକ ରହିଛି
– ଦୁଇଟି ବିଏମଡବ୍ଲୁ ଗାଡି ରଖିଛନ୍ତି ସୁସ୍ମିତା

କୁହାଯାଏ ଆଇପିଏଲ ଆରମ୍ଭ ଦିନଠାରୁ ସୁସ୍ମିତାଙ୍କ ପ୍ରେମରେ ପଡିଯାଇଥିଲେ ଲଳିତ ମୋଦୀ । ପ୍ରାୟ ୧୨ବର୍ଷ ତଳୁ ଉଭୟଙ୍କ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା ହୁଏ । ଯାହା ଏବେ ସତ ପ୍ରମାଣିତ ହୋଇଛି ।