ଶିଳ୍ପପତି ମହିମା ମିଶ୍ରଙ୍କୁ ଝଟକା ! ହେଭିୟର୍ସ କର୍ପସ ଆବେଦନକୁ ହାଇକୋର୍ଟର ଖାରଜ

19

କନକ ବ୍ୟୁରୋ : ଶିଳ୍ପପତି ମହିମା ମିଶ୍ରଙ୍କୁ ଝଟକା । ହେଭିୟର୍ସ କର୍ପସ ଆବେଦନକୁ ହାଇକୋର୍ଟରେ ଖାରଜ ହୋଇଛି । ତାରିଣୀଗୁଡା ଓ ପ୍ରେସଛକ ବୋମାମାଡ ଓ ଗୁଳିକାଣ୍ଡ ମାମଲାରେ ତାଙ୍କୁ ବେଆଇନ ଭାବେ ଜେଲରେ ଅଟକ ରଖାଯାଇଥିବା ନେଇ ସେ ହାଇକୋର୍ଟରେ ଆବେଦନ କରିଥିଲେ । ସୂଚନାଯୋଗ୍ୟ ଶିଳ୍ପପତି ମହିମା ମିଶ୍ର ଜେଲ୍‌ରେ ବେଆଇନ୍‌ ଅଟକ ଅଭିଯୋଗ ନେଇ ଶ୍ରୀ ମିଶ୍ର ଅଦାଲତ ଯାଇଥିଲେ । ମାମଲାର ଶୁଣାଣି କରି ହାଇକୋର୍ଟ ନିମ୍ନ ଅଦାଲତ ରେକର୍ଡ ତଲବ କରିଥିଲେ ।