ସ୍କୁଲ ଫି ମାମଲାରେ ହାଇକୋର୍ଟଙ୍କ ଶୁଣାଣି : ଆସନ୍ତା ୨ରେ ମାମଲାର ପରବର୍ତ୍ତୀ ଶୁଣାଣି

1,057

କନକ ବ୍ୟୁରୋ : ସ୍କୁଲ ଫି ମାମଲାରେ ହାଇକୋର୍ଟଙ୍କ ଶୁଣାଣି । ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ରାଜ୍ୟ ସରକାର ସ୍କୁଲ ଫି କେତେ କମାଇବେ ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ । ଆସନ୍ତା ୨ରେ ମାମଲାର ପରବର୍ତ୍ତୀ ଶୁଣାଣି । ବେସରକାରୀ ସ୍କୁଲ ଫି ଛାଡ କରିବା ପ୍ରସଙ୍ଗକୁ ନେଇ ହାଇକୋର୍ଟଙ୍କ ଉପରେ ନିଷ୍ପତ୍ତି ନେବା ଦାୟିତ୍ୱ ଛାଡ଼ିଛନ୍ତି ରାଜ୍ୟ ସରକାର ।

କରୋନା ମହାମାରୀ ସମୟରେ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ପିଲା ସ୍କୁଲ ଯାଉନାହାନ୍ତି କି ଶିକ୍ଷକ ସ୍କୁଲକୁ ଆସୁନାହାନ୍ତି । ଏଭଳି ସ୍ଥଳେ ବେସରକାରୀ ବିଦ୍ୟାଳୟମାନେ ପିଲାମାନଙ୍କଠାରୁ ମାସିକ ଦେୟ ଆଦାୟ କରିବାରେ ଲାଗିଛନ୍ତି । ଏହାକୁ ବିରୋଧ କରି ଅବିଭାବକ ସଂଘ ସ୍କୁଲ ଫି ଛାଡ କରିବାକୁ ନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେମାନେ ଅଭିଯୋଗ କରିଥିଲେ କି, ପିଲା ଯେତେବେଳେ ସ୍କୁଲ ଯାଉ ନାହାନ୍ତି ତ ଅବିଭାବକମାନେ କାହିଁକି ମାସିକ ଦେୟ ଦେବେ । ଏ ନେଇ ରାଜ୍ୟସରକାରଙ୍କର କିଛି ସ୍ୱତନ୍ତ୍ର ଗାଇଡଲାଇନ ନ ଥିବା ବେଳେ ବେସରକାରୀ ସ୍କୁଲ ସଂଘ କହିଥିଲା ଯେ, ପିଲା ସ୍କୁଲକୁ ନଆସିଲେ ବି କର୍ମଚାରୀମାନେ ଦରମା ନେଉଛନ୍ତି । ଆନୁସଙ୍ଗିକ ଖର୍ଚ୍ଚ ବି ବନ୍ଦ ହୋଇ ନାହିଁ। ଏହା ସହ ଆମେ ପିଲାମାନଙ୍କୁ ଅନଲାଇନ୍ ମାଧ୍ୟମରେ ଶିକ୍ଷାଦାନ ଦେଇ ଚାଲିଛୁ । ତେଣୁ ଅବିଭାବକମାନେ ମାସିକ ଦେୟ ଦେବାକୁ ବାଧ୍ୟ ।