ଜିଦରେ ଅଟଳ ଆଇନଜୀବୀ : ହାଇକୋର୍ଟ ବାର ଆସୋସିଏସନ୍ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ସେପଟେ ହାଇକୋର୍ଟ ଓକିଲଙ୍କ ଆନ୍ଦୋଳନ ତରିକାକୁ ସମର୍ଥନ କଲାନି ଭୁବନେଶ୍ୱର ବାର ଆସାସିଏନ

115

କନକ ବ୍ୟୁରୋ : ୨ ମାସରୁ ଅଧିକ ସମୟ ଧରି ଚାଲିଥିବା ଓକିଲଙ୍କ ଆନ୍ଦୋଳନ ଏକ ନୂଆ ମୋଡ଼ ନେଇଛି । ଓକିଲଙ୍କ ଆନ୍ଦୋଳନ ପ୍ରତି ସରକାରଙ୍କ ଭୂମିକାକୁ ପ୍ରଶ୍ନ ଉଠାଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓକିଲ । ହାଇକୋର୍ଟ ବାର୍ ଆସୋସିଏସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଏଥିପାଇଁ ହାଇକୋର୍ଟ ଅଂଚଳରେ ଓକିଲମାନେ ରାଲି କରିଛନ୍ତି । କୌଣସି ଆଇନଶୃଙ୍ଖଳା ପରିସ୍ଥିତିକୁ ଏଡାଇବା ଲାଗି ୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି । ଓକିଲ ସଂଘ କହିଛି, ଆନ୍ଦୋଳନକୁ ସରକାର ଜାଣିଶୁଣି ଦୁର୍ବଳ କରୁଛନ୍ତି । ତେବେ ଅନୁଗୁଳ ଜିଲ୍ଲା କୋର୍ଟ ଓ ଭଦ୍ରକ କୋର୍ଟ ପରିସରରେ ମଧ୍ୟ ଆଇନଜୀବୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ।

ସେପଟେ ହାଇକୋର୍ଟ ଓକିଲଙ୍କ ଏହି ଆନ୍ଦୋଳନ ପନ୍ଥାକୁ ସମର୍ଥନ ଦେଇନାହିଁ ଭୁବନେଶ୍ୱର ବାର ଆସୋସିଏସନ । ସଂଘ କହିଛି, ଆନ୍ଦୋଳନକୁ ସମର୍ଥନ କରୁଛୁ କିନ୍ତୁ ତରିକାକୁ ନୁହେଁ । ଆନ୍ଦୋଳନକୁ ସମର୍ଥନ କରି ଆଜି ଓ କାଲି ୨ ଦିନ କାର୍ଯ୍ୟବନ୍ଦ କରାଯିବ । ତେବେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ କରାଯିବ ନାହିଁ ବୋଲି କହିଛି ବାର ଆସୋସିଏସନ । ଆନ୍ଦୋଳନରେ ରାଜନୀତି ପଶିଲାଣି କେବଳ ଓକିଲଙ୍କ ୟୁନିଟି ପାଇଁ ଆନ୍ଦୋଳନକୁ ସମର୍ଥନ କରୁଛି ବୋଲି କହିଛି ଭୁବନେଶ୍ୱର ଓକିଲ ସଂଘ ।