କନକ ବ୍ୟୁରୋ : ମଣିପୁର ଭାଇରାଲ ଭିଡିଓ ଘଟଣାକୁ ନେଇ ଥମୁନି ହିଂସା । ଆଜି ବି ମଣିପୁରର ବିଭିନ୍ନ ସ୍ଥାନରେ ହିଂସା ଜାରି ରହିଛି । ବିଭିନ୍ନ ସଂଗଠନ ପକ୍ଷରୁ ପ୍ରତିବାଦ ଜାରି ରହିଛି । ହିଂସାକୁ ରୋକିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି । ପ୍ରତିବାଦକାରୀଙ୍କ ରୋକିବା ପାଇଁ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଛି ପୋଲିସ । ଅନ୍ୟପଟେ ଏହି ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ମଣିପୁର ପୋଲିସ ଗିରଫ କରିଛି । ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ପୋଲିସ ସ୍ୱତନ୍ତ୍ର ଟିମ୍ କରି ଚଢ଼ାଉ ଜାରି ରଖିଛି ।

Advertisment

ତେବେ ଏହି ମାମଲା ଏବେ ନୂଆ ମୋଡ ନେଇଛି । ମାମଲାରେ ହସ୍ତକ୍ଷେପ କରିବାକୁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି । ମଣିପୁରରେ ଶାନ୍ତି ଫେରାଇ ଆଣିବା ପାଇଁ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି । ଏଥିସହ ହେମନ୍ତ ଚିଠିରେ ଲେଖିଛନ୍ତି, ମଣିପୁରରେ ଆଦିବାସୀ ମହିଳାଙ୍କ ଉପରେ ଏଭଳି ବର୍ବୋରଚିତ କାଣ୍ଡ ଘଟାଇବା ପାଇଁ, ଦେଶ ଛାଡି ଦେବ ନାହିଁ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସମାଲୋଚନା କରିଛନ୍ତି ।