source- google
ବିଗତ ଦିନର ସଫଳ ଅଭିନେତ୍ରୀ ହେମାମାଳିନୀଙ୍କର ଆଜି ଶୁଭ ଜନ୍ମଦିନ । ଆଜିର ଦିନ ୧୬ ଅକ୍ଟୋବର,୧୯୪୮ରେ ହେମାମାଳିନୀ ତାମିଲନାଡୁର ଆମ୍ମାନକୁଡିରେ ଜନ୍ମଗ୍ରହଣ କରିଥିଲେ । ହେମାମାଳିନୀ ନିଜର ନିଖୁଣ ଓ ବିନ୍ଦାସ ଅଭିନୟ ପାଇଁ ବଲିଉଡରେ ବେଶ ସୁପରିଚିତ । ୧୯୬୪ ଜଣେ ତାମିଲ ନିର୍ଦେଶକ ସି.ଭି. ଶ୍ରୀଧର ହେମାଙ୍କୁ ଦକ୍ଷ କଳାକାରବୋଲି ମନେ ନକରି ଏକ ଫିଲ୍ମରୁ ଆଉଟ୍ କରିଥିଲେ । ପରେ ସେହି ଭୂମିକା ଜୟଳଳିତାଙ୍କୁ ମିଳିଥିଲା ।/kanak/media/post_attachments/wp-content/uploads/2016/10/1822838-300x300.jpg)
ହେମାମାଳିନୀ ୧୯୬୮ରେ ସୋ’ମ୍ୟାନ୍ ରାଜ କପୁରଙ୍କ ବିପକ୍ଷରେ ନାୟିକା ହୋଇଥିଲେ "ସପନୋଁ କା ସୌଦାଗର୍' ଫିଲ୍ମରେ, ଏବଂ ଏହି ସିନେମାରୁ ବଲିଉଡରେ ହେମାଙ୍କ କ୍ୟାରିଅର୍ ଆରମ୍ଭ ହୋଇଥିଲା । ଏହି ଫିଲ୍ମଟିକୁ କିନ୍ତୁ ସେତେ ସଫଳତା ମିଳିନଥିଲା । ଧର୍ମେନ୍ଦ୍ରଙ୍କ ସହିତ ତାଙ୍କର ପ୍ରଥମ ସିନେମା ହେଲା ‘ ତୁମ୍ ହସିନ୍ ମେ ଜବାଁ ’। ଏହା ସେ ସମୟରେ ସୁପରହିଟ୍ ହୋଇଥିଲା ।
ହେମାମାଳିନୀ ନିଜର ବିଉଟି ଏବଂ ଅଭିନୟର ଯାଦୁରେ ସେ ସମୟରେ ଦର୍ଶକ ତଥା ନିଜର କୋ ଆକ୍ଟର ମାନଙ୍କ ହୃଦୟରେ ବସିଯାଇଥିଲେ ।
ସେ ସମୟର ଦୁଇଜଣ ଚର୍ଚ୍ଚିତ ବଲିଉଡ ଷ୍ଟାର ସଂଜୀବ କୁମାର, ଏବଂ ଜିତେନ୍ଦ୍ର ତାଙ୍କୁ ବିବାହ ପ୍ରସ୍ତାବ ମଧ୍ୟ ଦେଇଥିଲେ । କିନ୍ତୁ ସମସ୍ତଙ୍କ ହୃଦୟକୁ ଭାଙ୍ଗି ବିବାହିତ, ତଥା ୪ଟି ସନ୍ତାନର ପିତା ଧର୍ମେନ୍ଦ୍ରଙ୍କୁ ବିବାହ କରିଥିଲେ ।
ହେମାମାଳିନୀ ୧୫ରୁ ଅଧିକ ସିନେମାରେ ନିଜ ଅଭିନୟର ଯାଦୁରେ ଦର୍ଶକଙ୍କ ହୃଦୟରେ ରାଜ କରିଥିଲେ । ସେଥିରୁ ତାଙ୍କ କ୍ୟାରିୟରର କିଛି ଚର୍ଚ୍ଚିତ ସିନେମା ହେଲା "ସୀତା ଓର ଗୀତା', "ସନ୍ୟାସୀ', "ସୋଲେ', "ଧର୍ମାତ୍ମା', "ପ୍ରତିଜ୍ଞା', "ସତେ ପେ ସତା', "ବାଗବାନ୍' ଆଦି ଏକ ଏକ ମାଇଲଖୁଂଟ ସଦୃଶ । ହେମାମାଳିନୀ ତାଙ୍କ ନିର୍ଦେଶିତ ‘ ଦିଲ୍ ଆଶନା ହେ ’ ସୁପରଷ୍ଟାର୍ ଶାହରୁଖ୍ ଖାନଙ୍କୁ ବ୍ରେକ୍ ଦେଇଥିଲେ ।/kanak/media/post_attachments/wp-content/uploads/2016/10/422-300x178.jpg)
ଫିଲ୍ମରେ ଉଚ୍ଚକୋଟୀର ଅଭିନୟ ପାଇଁ ସେ ବହୁ ସମ୍ମାନର ଅଧିକାରୀ ହୋଇଛନ୍ତି ହେମାମାଳିନୀ । ‘ ସୀତା ଔର୍ ଗୀତା ’(୧୯୭୨) ପାଇଁ ହେମା ଲାଭ କରିଥିଲେ ପ୍ରଥମ "ଫିଲ୍ମ ଫେଆର୍ ଟ୍ରଫି' । ଫିଲ୍ମରେ ଉଚ୍ଚକୋଟୀର ଅଭିନୟ ପାଇଁ ବହୁ ସମ୍ମାନର ଅଧିକାରୀ ହୋଇଛନ୍ତି ହେମାମାଳିନୀ । ୨୦୦୦ ମସିହାରେ ହେମା ଅଭିନୟ ଜଗତଙ୍କୁ ତାଙ୍କର ଅବଦାନ ପାଇଁ "ଲାଇଭ୍ ଡାଇମ୍ ଆଚିଭମେଂଟ୍' ଆୱାର୍ଡରେ ସମ୍ମାନୀତ ମଧ୍ୟ ହୋଇଛନ୍ତି । ଏହା ବ୍ୟତିତ ୨୦୦୦ରେ ତାଙ୍କୁ ଭାରତ ସରକାର ‘ପଦ୍ମଭୂଷଣ’ରେ ସମ୍ମାନୀତ କରିଛନ୍ତି ।
ବଲିଉଡ ଡ୍ରିମଗାର୍ଲ ହେମାମାଳିନୀଙ୍କ ଫ୍ୟାନ ଫଲୋଇଙ୍ଗ୍ ସଂଖ୍ୟା ଏଯାଏ କମିନାହିଁ । ହେମାମାଳିନୀ ତାଙ୍କ ଅଭିନୟ ପ୍ରତିଭା ସହ ତାଙ୍କର ଡ୍ରେସିଂ ସେନ୍ସ୍ ପାଇଁ ମଧ୍ୟ ବେଶ ପରିଚିତ ।
ଆଜି ତାଙ୍କର ୬୮ ତମ ଜନ୍ମ ଦିନରେବି, ପୂର୍ବପରି ସୁନ୍ଦର ଓ ଗ୍ଲାମରସ ଲାଗୁଛନ୍ତି ହେମା ।
Follow Us
/kanak/media/post_attachments/wp-content/uploads/2016/10/8134264-300x200.jpg)
/kanak/media/post_attachments/wp-content/uploads/2016/10/Hema-Malini-Biography-1-300x169.jpg)