ଦାଦନ ଖଟିବାକୁ ଯାଇ ପାଲଟିଲେ ପରିବାର ବୋଝ । ବିଂଝାରପୁରର ଶଯ୍ୟାଶାୟୀ ପପୁ ମଲ୍ଲିକଙ୍କ ଦୁଇଟି କିଡନୀ ନଷ୍ଟ, ଅଭାବ ଭିତରେ ହୋଇପାରୁନି ଚିକିତ୍ସା

ଦାଦନ ଖଟିବାକୁ ଯାଇ ପାଲଟିଲେ ପରିବାର ବୋଝ । ବିଂଝାରପୁରର ଶଯ୍ୟାଶାୟୀ ପପୁ ମଲ୍ଲିକଙ୍କ ଦୁଇଟି କିଡନୀ ନଷ୍ଟ, ଅଭାବ ଭିତରେ ହୋଇପାରୁନି ଚିକିତ୍ସା

କନକ ବ୍ୟୁରୋ : ପରିବାର ପେଟ ପୋଷିବାକୁ ଯାଇଥିଲେ । ହେଲେ ନିଜେ ପରିବାର ପାଇଁ ପାଲଟିଗଲେ ବୋଝ । ଘରର ଏକମାତ୍ର ରୋଜଗାରିଆ ପୁଅ ଏବେ ଶଯ୍ୟାଶାୟୀ ହୋଇପଡିଛି । ପରିବାର ଦୁଃଖ ଦୂର କରିବାକୁ ଯାଜପୁର ବିଂଝାରପୁର ପ୍ରୀତିପୁର ଗାଁର ପପୁ ମଲ୍ଲିକ ଯାଇଥିଲେ ସୁଦୂର ତାମିଲନାଡୁ । ସେଠାରେ ଦାଦନ ଖଟୁଥିଲେ । ସବୁ କିଛି ଠିକଠାକ ଚାଲିଥିବା ବେଳେ ଅସୁସ୍ଥ ହୋଇପଡିଥିଲେ ପପୁ । ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଛି । ଅଭାବୀ ପରିବାର ମୁଠାଏ ଖାଇବାକୁ ଯୋଗାଡ କରିପାରୁନଥିବା ବେଳେ ମେଡିସିନ୍ ତାଙ୍କ ପାଇଁ ସ୍ୱପ୍ନ ପାଲଟିଛି । ବାପା ମାଆଙ୍କୁ ନେଇ ୮ ପ୍ରାଣୀ କୁଟୁମ୍ବ ଚଳିବେ କିଭଳି । ପପୁଙ୍କ ଚିକତ୍ସା ହେବ କିଭଳି? ଭାଙ୍ଗି ପଡିଛନ୍ତି ପୁରା ପରିବାର । ପୁଅର ଅସହାୟତା ଦେଖି ମାଆ ଆଖିରୁ ଶୁଖୁନି ଲୁହ । ଘରେ ଚୁଲି ଜଳୁନଥିବା ବେଳେ କିଛି ସାହାଯ୍ୟ ସହଯୋଗ ପାଇଁ ଅନୁରୋଧ କରିଛନ୍ତି ପପୁଙ୍କ ପରିବାର ।

ଘରେ ବୃଦ୍ଧା ମାଆ କାମ କରି ଆଣିଲେ ଓଳିଏ ଖାଇବାକୁ ମିଳୁଛି । ନହେଲେ ପୁରା ପରିବାର ଉପାସ । ସରକାରୀ ଯୋଜନା ମଧ୍ୟ ଏମାନଙ୍କ ସ୍ୱପ୍ନ । ନା ରାସନକାର୍ଡ ଅଛି ନା ବିଜୁ ସ୍ୱାସ୍ଥ୍ୟ ଯୋଜନା । ଘର ଖଣ୍ଡିଏ ବି ନାହିଁ । ସମସ୍ୟା ନେଇ ଜଣାଇବା ପରେ ଖୁବଶିଘ୍ର ସହାୟତା କରାଯିବାର ମିିଳିଛି ପ୍ରତିଶ୍ରୁତି । ଯାହାର ଅପେକ୍ଷାରେ ରହିଛନ୍ତି ପୁରା ପରିବାର ।

ସମସ୍ୟା ଭିତରେ ରହୁଥିବା ପରିବାରକୁ ସହଯୋଗ କରାଯିବା ସହିତ ପପୁଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଦେଇପାରିଲେ ପପୁଙ୍କୁ ଏକ ନୂଆ ଜୀବନ ମିିଳିପାରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe