ଝାରସୁଗୁଡ଼ାରୁ ଆସିଲା ଭୋକର ବିକଳ ଚିତ୍ର । ମେଡିକାଲ ଡଷ୍ଟବିନରୁ ଖାଦ୍ୟ ଅଣ୍ଡାଳି ଖାଇଲେ ବୃଦ୍ଧା, ସାମ୍ନାକୁ ଆସିଲା ଖାଦ୍ୟ ସୁରକ୍ଷା ଯୋଜନାର ଅସଲ ସତ ।

100
କନକ ବ୍ୟୁରୋ: କ୍ଷୁଧା ମୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଆଇନରେ ଚାଉଳ, ଗହମ ଆଦି ଯୋଗାଇ ଦିଆଯାଉଛି । ରାଜ୍ୟ ସରକାର ମଧ୍ୟ ଟଙ୍କିକିଆ ଚାଉଳ ଯୋଜନା ଚଳାଇଛନ୍ତି । ସହରାଂଚଳରେ ଆହାର କେନ୍ଦ୍ର ଖୋଲି ସବସିଡି ଦରରେ ରନ୍ଧା ଖାଦ୍ୟ ଦିଆଯାଉଛି ।… ହେଲେ ଭୋକ ବିକଳରେ ଡଷ୍ଟିବିନରୁ ଦରାଣ୍ଡି ଖାଦ୍ୟ ଖାଇବାର ଏହି ଚିତ୍ର ସରକାରଙ୍କ ଖାଦ୍ୟ ନିରାପତା ଯୋଜନା ଉପରେ ଏକାଧିକ ପ୍ରଶ୍ନ ଛିଡା କରୁଛି । ଭୋକରେ ପେଟ ପୋଡିଯିବା ପରେ ଜଣେ ନିରାଶ୍ରୟ ଏହଭଳି ହସ୍ପିଟାଲ ଡଷ୍ଟବିନରୁ ଖାଦ୍ୟ ଖୋଜି ଖାଇବାର ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଦୃଶ୍ୟ ଝାରଲୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବୋଲି କୁହାଯାଉଛି ।
ଭିଡିଓ ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପଚାରିବାରୁ ସେ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି । ହେଲେ କିଛିଦିନ ତଳେ କୋଇଡା ଖଣି ଅଂଚଳରେ ଏକ ଶିଶୁ ରାସ୍ତା କଡରୁ ଅଇଂଠା ଖଲି ଚାଟିବାର ଦୃଶ୍ୟ ସାମ୍ନାକୁ ଆସିଥିଲା । ଦେଶର ସମ୍ବିଧାନ କହୁଛି ଖାଦ୍ୟ, ବସ୍ତ୍ର, ଶିକ୍ଷା ଓ ବାସଗୃହ ଦେଶର ନାଗରିକଙ୍କ ମୌଳିକ ଅଧିକାର । ଲୋକଙ୍କୁ ଏହି ମୌଳିକ ସୁବିଧା ଯୋଗାଇଦେବା ନିର୍ବାଚିତ ସରକାରଙ୍କର ଦାୟିତ୍ୱ । ହେଲେ ଦେଶ ସ୍ୱାଧୀନ ହେବା ଓ ସମ୍ବିଧାନ ଦେଶର ନାଗରିକଙ୍କ ମୌଳିକ ଅଧିକାରକୁ ସୁନିଶ୍ଚିତ କରିବାର ଅନେକ ବର୍ଷପରେ ମଧ୍ୟ ତାହା ସମ୍ଭବ ହେଉନାହିଁ । ଯାହା ସରକାରୀ ଯୋଜନାର ପାରଦର୍ଶିତାକୁ କାଠଗଡାରେ ଛିଡା କରୁନାହିଁ କି ?