‘ଜଣାନାହିଁ କିଏ ନେଇଗଲା ମୋ ପୁଅର ଶବ’; ବିକଳ ହେଉଛନ୍ତି ପଶ୍ଚିମବଙ୍ଗରୁ ଆସିଥିବା ବୃଦ୍ଧ । ଡିଏନ୍ଏ ଟେଷ୍ଟ କରାଇ ପୁଅର ମୃତଦେହ ଫେରାଇବାକୁ କାନ୍ଦି କାନ୍ଦି କଲେ ଗୁହାରୀ

267

କନକ ବ୍ୟୁରୋ: ବାହନଗା ଦୁର୍ଘଟଣାରେ ଅନେକ ଶବ ଏବେ ବି ଚିହ୍ନଟ ହୋଇପାରିନି । ହେଲେ ଏହାରି ଭିତରେ ଏକ ବଡ ସମସ୍ୟା ଦେଖାଦେଇଛି । କାରଣ ଗୋଟିଏ ଶବ ପାଇଁ ଦାବି କରୁଛନ୍ତି ଏକାଧିକ ବ୍ୟକ୍ତି । ଏ ସମ୍ପର୍କିତ ଅନେକ ଖବର ସାମ୍ନାକୁ ଆସୁଛି ଏବେ ସେମିତି ଆଉ ଏକ ଦୃଶ୍ୟ । ଜଣେ ବାପା ତାର ୨୨ ବର୍ଷର ମୃତ ପୁଅକୁ ଖୋଜୁଛନ୍ତି । ପଶ୍ଚିମବଙ୍ଗର ଶିବକାନ୍ତ ରାୟ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପୁଅର ଶବ ନେବା ପାଇଁ ଆସି ଭୁବନେଶ୍ୱର ଏମ୍ସରେ ପହଞ୍ଚିିଛନ୍ତି । ଜୀବିତ ଅବସ୍ଥାରେ ନହେଲେ ବି ପୁଅକୁ ଶେଷ ଥର ପାଇଁ ଦେଖିବେ ଆଉ ତାର ଅନ୍ତିମ ସଂସ୍କାର କରିବେ ବୋଲି ଛାତିକୁ ପଥର କରି ସେ ଆସିଛନ୍ତି । ହେଲେ ଏଠି ଯାହା ଶୁଣୁଛନ୍ତି ତାହା ତାଙ୍କୁ ହତବାକ କରିଦେଇଛି ।

ବିହାରର ଜଣେ ବ୍ୟକ୍ତି ନିଜର କହି ଶିବକାନ୍ତଙ୍କ ପୁଅର ଶବକୁ ନେଇଯାଇଥିବା ହସ୍ପିଟାଲ କର୍ତ୍ତୃ୍ୃପକ୍ଷ କହିଛନ୍ତି । ସବୁ ବାପାଙ୍କର ଇଚ୍ଛା ଥାଏ ଯେ ପୁଅ କାନ୍ଧରେ ଶ୍ମଶାନକୁ ଯିବେ । ହେଲେ ଏଠି ପୁଅତ ଚାଲିଗଲା ଆଉ ତାର ଶବ ବି ଗାଏବ । ତେଣୁ ଡିଏନଏ ଟେଷ୍ଟ କରାଇ ତାଙ୍କ ପୁଅର ମୃତଦେହକୁ ଫେରାଇ ଆଣିବାକୁ କାନ୍ଦି କାନ୍ଦି ମେଡିକାଲ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି ଅସହାୟ ବୃଦ୍ଧ ବାପା ।