ସାଇବର ଅପରାଧ ରୋକିବା କମିସନରେଟ ପୁଲିସର ହେଲପ ଡେସ୍କ । ପୁଲିସ କମିଶନର କହିଲେ, ଠକେଇର ଏକ ଘଂଟା ଗୁରୁତ୍ୱପୂର୍ଣ୍ଣ । ତୁରନ୍ତ ହେଲପ ଲାଇନ ନମ୍ବରରେ କଲ କରିବାକୁ ଦେଲେ ପରାମର୍ଶ

88

କନକ ବ୍ୟୁରୋ : କେବଳ ଭୁବନେଶ୍ୱରର ରାମଚନ୍ଦ୍ର ନୁହେଁ, ପ୍ରତିଦିନ ଏଭଳି ଅନେକ ବ୍ୟକ୍ତି ଠକାମୀର ଶିକାର ହେଉଥିବା ସାମ୍ନାକୁ ଆସୁଛି । ଏହାକୁ ମୁକାବିଲା କରିବା ପାଇଁ ସହାୟତା ଡେସ୍କର ଖୋଲିଛି କମିଶନରେଟ୍ ପୁଲିସ । ଏଥିପାଇଁ ଜାରି ହୋଇଛି ସ୍ୱତନ୍ତ୍ର ନମ୍ବର ୭୪୪୦୦୦୬୭୦୯ ।

ସମୟ ସହ ଟଙ୍କା କାରବାରର ଶୈଳୀ ବଦଳିଛି । ଅତ୍ୟାଧୁନିକ ଡିଜିଟାଲ କାରବାର ଭିତରେ ବଦଳିଛି ଠକେଇର ତରିକା । ସ୍ମାର୍ଟ ଫୋନ୍, ନେଟ୍ ବ୍ୟାଙ୍କିଂ ବ୍ୟବହାର କରି ଲୋକଙ୍କ ଟଙ୍କା ଲୁଟୁଛନ୍ତି ଠକ । ତେବେ ଏନେଇ ତୁରନ୍ତ ଏହି ସହାୟତା ଡେସ୍କକୁ ଜଣାଇଲେ ପୁଲିସ ପାଇଁ ଠକଙ୍କୁ ଠାବ କରିବା ଅଥବା ଟଙ୍କା ଟ୍ରାନ୍ସ୍ଫର ହେବାରୁ ରୋକିବାକୁ ସହଜ ହୋଇଥାଏ ବୋଲି କହିଛନ୍ତି ପୁଲିସ କମିଶନର ।

ବିଶେଷ କରି ପ୍ରଥମ ଘଂଟାକ ମଧ୍ୟରେ ପୁଲିସ ଖବର ପାଇଲେ ଏହା ବେଶ ସହାୟକ ହେବ ବୋଲି ସେ କହିଛନ୍ତି । ପୋଲିସ ସ୍ୱତନ୍ତ୍ର ସହାୟତା ଡେସ୍କ ସ୍ଥାପନ କଲେ ମଧ୍ୟ ଲୋକଙ୍କ ସତର୍କତା ଓ ସଚେତନତା ବେଶୀ ଜରୁରୀ ।