ୟୁକ୍ରେନ ଗୃହମନ୍ତ୍ରୀଙ୍କ ସହ ୧୬ ହରାଇଲେ ପ୍ରାଣ, ଦୁର୍ଘଟଣା ପଛରେ ହେଲିକପ୍ଟରର ଯାନ୍ତ୍ରିକ ତ୍ରୁଟି ନା ରୁଷର ଆକ୍ରମଣ ହୋଇନି ସ୍ପଷ୍ଟ

351

କନକ ବ୍ୟୁରୋ : ୟୁକ୍ରେନ ଗୃହମନ୍ତ୍ରୀଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ । ରାଜଧାନୀ କିଭ ବାହାରେ ବ୍ରୋବେରୀରେ ଥିବା କିଣ୍ଡରଗାର୍ଡେନ ନିକଟରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ୟୁକ୍ରେନ ଗୃହମନ୍ତ୍ରୀ ଡେନିସ ମୋନାଷ୍ଟିରସ୍କିଙ୍କ ସହ କିଣ୍ଡରଗାର୍ଡେନର ୨ ଶିଶୁ ଓ କିଛି କର୍ମଚାରୀ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ବ୍ରୋବେରୀ, କିବ୍ ସହରର ଉତର-ପୂର୍ବ ଦିଗର ପ୍ରାୟ ୨୦କିଲୋମିଟର ଦୂରରେ ଅବସ୍ଥିତ । ମସ୍କୋ ଆକ୍ରମଣର ପ୍ରାରମ୍ଭିକ ପର୍ଯ୍ୟାୟରେ ରୁଷ ଏବଂ ୟୁକ୍ରେନ ସୈନ୍ୟବାହିନୀ, ବ୍ରୋବେରୀକୁ ନିୟନ୍ତ୍ରଣ କରିବା ପାଇଁ ଲଢ଼ିଥିଲେ । ତେବେ ହେଲିକପ୍ଟରଟି କାହିଁକି ଦୁର୍ଘଟଣାଗ୍ରସ୍ତ ହେଲା ତାହା ସ୍ପଷ୍ଟ ହୋଇନାହିଁ । ଏହି ଘଟଣାକୁ ନେଇ ରୁଷ ଓ ୟୁକ୍ରେନ ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ । ଦୁର୍ଘଟଣା ଯାନ୍ତ୍ରିକ ତ୍ରୁଟି ପାଇଁ ହେଲା କି ରୁଷର ଆକ୍ରମଣ ପାଇଁ ହେଲା, ତାହା ସ୍ପଷ୍ଟ ହୋଇନାହିଁ ।