ଏଣିକି ହେଲିକପ୍ଟରରେ ବସି ଷ୍ଟାଚ୍ୟୁ ଅଫ ୟୁନିଟିକୁ ଦେଖିବାର ସୁଯୋଗ ପାଇବେ ପର୍ଯ୍ୟଟକ ! ଜାଣନ୍ତୁ, କେତେ ସମୟ ପାଇଁ ଦେବାକୁ ପଡିବ କେତେ ଟଙ୍କା ।

ଷ୍ଟାଚ୍ୟୁ ଅପ ୟୁନିଟିକୁ ଦର୍ଶକମାନେ ଏବେ ଏକ ଭିନ୍ନ ଉପାୟରେ ଦେଖିପାରିବେ ।

457

ଗୁଜୁରାଟର ନର୍ମଦା ନଦୀ ଉପରେ ନିର୍ମିତ ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ ୟୁନିଟି ଉଦଘାଟନ ହେବାଦିନଠାରୁ ଚର୍ଚାରେ ରହିଆସିଛି । ଏହାକୁ ଦେଖିବାକୁ ଆସୁଥିବା ଦର୍ଶକ ସଂଖ୍ୟା ଦିନକୁ ଦିନ ବଢିଚାଲିଛି । କିନ୍ତୁ ଏହି ଷ୍ଟାଚ୍ୟୁ ଅପ ୟୁନିଟିକୁ ଦର୍ଶକମାନେ ଏବେ ଏକ ଭିନ୍ନ ଉପାୟରେ ଦେଖିପାରିବେ । ଅର୍ଥାତ ଏକ ହେଲିକପ୍ଟର ଆପଣଙ୍କୁ ଏହାର ଚାରିପଟେ ଓ ଉପରେ ଉଡି ଏହାର ଦର୍ଶନ କରାଇବ । ତେବେ ଆସନ୍ତୁ ଜାଣିବା ହେଲିକପ୍ଟରରେ କେତେ ସମୟ ବସିବା ପାଇଁ କେତେ ଟଙ୍କା ଦେବାକୁ ପଡିବ ।

ସୂଚନା ଅନୁଯାୟୀ, ହେଲିକାପ୍ଟରରେ ମାତ୍ର ୧୦ ମିନିଟ ବୁଲିବା ପାଇଁ ପ୍ରାୟ ୨୯୦୦ ଟଙ୍କା ଦେବାକୁ ହେବ । ହେଲିକପ୍ଟରରେ ବସି ଏହାକୁ ଦେଖିଲେ ଦର୍ଶକମାନେ ଏକ ଭିନ୍ନ ଅନୁଭୂତି ପାଇପାରିବେ । ଏପରି ଏକ ସେବା ଆରମ୍ଭ କରିଛନ୍ତି ଗୁଜୁରାଟ ସରକାର । ଗତକାଲି ଏହା ହେଲିକପ୍ଟର ସେବା ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଅକ୍ଟୋବର ୩୧ରେ ଷ୍ଟାଚ୍ୟୁ ଅଫ ୟୁନିଟିର ଲୋକାର୍ପିତ କରିଥିଲେ । ଲୋକାର୍ପିତ କରିବା ପରଠାରୁ ଏହାକୁ ଦେଖିବାକୁ ଲୋକଙ୍କ ମନରେ ପ୍ରବଳ ଆଗ୍ରହ ପରିଲକ୍ଷିତ ହୋଇଛି । ପ୍ରତିଦିନ ପ୍ରାୟ ୩୦ ହଜାର ଦର୍ଶକ ଏଠାକୁ ଆସୁଛନ୍ତି । ୧୮୨ ମିଟର ଉଚ୍ଚତା ବିଶିଷ୍ଟ ବିଶ୍ୱର ଏହି ଉଚ୍ଚତ୍ତମ ପ୍ରତିମୂର୍ତ୍ତି ଉପଗ୍ରହ ଫଟୋଚିତ୍ରରେ ମଧ୍ୟ ସ୍ପଷ୍ଟ ଦେଖାଯାଉଛି । ଷ୍ଟାଚ୍ୟୁ ଅଫ ୟୁନିଟିକୁ ଦେଖିବା ପାଇଁ ବହୁ ଦୁର ଦୁରାନ୍ତରରୁ ପର୍ଯ୍ୟଟକ ଆସୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଏଠାରେ ହେଲିକପ୍ଟରର ବ୍ୟବସ୍ଥା କରାଯାଇଛି । ଏବଂ ଆଶା କରାଯାଉଛି କି, ଏହି ବ୍ୟବସ୍ଥା ଦ୍ୱାରା ଲୋକମାନେ ବେଶ୍ ଉପକୃତ ହେବେ ।