ରାସ୍ତାରେ ଚାଲିବା ସମୟରେ ଭାରୀ ଯାନ ହେବ ଚାର୍ଜ: ସୋଲାର ପରିଚାଳିତ ବିଦ୍ୟୁତ ସଡକ ନିର୍ମାଣ ପାଇଁ ହେଉଛି ନୂଆ ଯୋଜନା

147

କନକ ବ୍ୟୁରୋ: ଭାରିଯାନ୍ ଚାର୍ଜ କରିବା ପାଇଁ ଆଉ ଘଂଟା ଘଂଟା ଧରି ଅପେକ୍ଷା କରିବାକୁ ପଡିବନି । କାରଣ ଖୁବ ଶିଘ୍ର ରାସ୍ତାରେ ଚାଲିବା ସମୟରେ ଗାଡି ହେବ ଚାର୍ଜ । ଏହି ପରିକଳ୍ପନାକୁ ସତ କରିବାକୁ ପ୍ରୟାସ ଚାଲିଥିବା କହିଛନ୍ତି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରି । ସୌର ଶକ୍ତି ଦ୍ୱାରା ଚାଳିତ ବିଦ୍ୟୁତ ରାଜପଥ ବିକାଶ ପାଇଁ ସରକାର କାର୍ଯ୍ୟ କରୁଛନ୍ତି ଓ ଏହା ଦ୍ୱାରା ଭାରି ବସ-ଟ୍ରକ ଭଳି ଭାରୀ ଯାନ ଚାର୍ଜ ସହଜ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଇଣ୍ଡୋ-ଆମେରିକା ଚାମ୍ବରସ ଅ କମର୍ସ ଦ୍ୱାରା ଆୟେ।।ଜିତ ଏକ କାଯ୍ୟଁକ୍ରମକୁ ସମ୍ବୋଧିତ କରି ଗଡକରୀ କହିଛନ୍ତି କି ବିଦ୍ୟୁତ ଓ ସୋଲାର ସିଷ୍ଟମକୁ ନେଇ ସରକାର ଭାରତର ପରିବହନ ବ୍ୟବସ୍ଥା ବିକାଶ କରିବାକୁ ଚାହୁଁଛନ୍ତି । ବିଦ୍ୟୁତ ଗତିଶୀଳକୁ ବୃଦ୍ଧି କରିବା ପାଇଁ ସରକାର ସୌର ଓ ପବନ ଶକ୍ତି ଆଧାରିତ ଚାଜିଂ ଯନ୍ତ୍ରକୌଶଳକୁ ଅଧିକ ଜୋର ଦେଉଛନ୍ତି । ବିଦ୍ୟୁତ ରାଜପଥ ବିକାଶ ପାଇଁ କାର୍ଯ୍ୟ କରାଯାଇଛି । ଯାହା ସୌର ଶକ୍ତି ଦ୍ୱାରା ଚାଳିତ ହେବ । ଏହା ଦ୍ୱାରା ଚାଲିବା ସମୟରେ ଭାରି ଟ୍ରକ ଓ ବସ ଚାର୍ଜ ହୋଇପାରିବ । ରାସ୍ତା ସହ ସରକାର ଟୋଲ ପ୍ଲାଜାକୁ ସୌର ଶକ୍ତି ଦ୍ୱାରା ଚାଳିତ କରିବାକୁ ଯୋଜନା କରୁଛନ୍ତି ।