ଆନ୍ଦୋଳନରତ ଚାଷୀଙ୍କୁ ରୋକିବା ପାଇଁ ପୋଲିସର କଡ଼ା ପଦକ୍ଷେପ । ବଢିଲା ସୁରକ୍ଷା, ଦିଲ୍ଲୀରେ ୧୨ଟି ସ୍ତରରେ କରାଗଲା ବ୍ୟାରିକେଡ଼ିଂ ବ୍ୟବସ୍ଥା ।

152

କନକ ବ୍ୟୁରୋ: ଚାଷୀଙ୍କ ପାଇଁ କଡ଼ା ସୁରକ୍ଷା । ଦିଲ୍ଲୀ–ଗାଜିପୁର ସୀମାରେ ଆନ୍ଦୋଳନକାରୀ ଚାଷୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାତାରାତି ତିଆରି ହେଲା ୧୨ ଲେୟାର ବ୍ୟାରିକେଡ଼ । ଆନ୍ଦୋଳନକାରୀ ଚାଷୀଙ୍କୁ ଅଟକାଇବା ପାଇଁ ଏଭଳି ନୂଆ ଫଣ୍ଡା ଅପଣାଇଛି ଦିଲ୍ଲୀ ପୋଲିସ । ବ୍ୟାରିକେଡ଼ ସହ କଂଟାଯୁକ୍ତ ତାର ବିଛାଯାଇଛି । ଜାତୀୟ ରାଜପଥକୁ ପୁରାପୁରି ବନ୍ଦ ରଖାଯାଇଛି । ନୋଏଡ଼ା ସେକ୍ଟର-୬୨ରୁ ଅକ୍ଷରଧାମ ରାସ୍ତାକୁ ପୁରାପୁରି ସିଲ କରାଯାଇଛି । ଜାନୁଆରୀ ୨୬ରେ ହୋଇଥିବା ହିଂସାକାଣ୍ଡ ପରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିଛି ପୋଲିସ । 

ତେବେ କୃଷକମାନେ ଧାରଣା ଦେଉଥିବା ସମସ୍ତ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇଦିଆଯାଇଛି । ଶନିବାର ରାତିରେ ଗାଜିପୁର ସୀମାରେ ୧୨ ଲେୟାରର ବ୍ୟାରିକେଡ଼ ଲଗାଯାଇଛି । ଏହା ପୂର୍ବରୁ ସିଂଘୁ ସୀମାରେ ମଧ୍ୟ ବ୍ୟାରିକେଡ଼ ଲଗାଯାଇଥିଲା । ଜାନୁଆରୀ ୨୬ରେ ପୋଲିସ ଆନ୍ଦୋଳନକାରୀଙ୍କ ମଧ୍ୟରେ ସଂଘର୍ଷ ପରେ ଆହୁରୀ ଅଧିକ ସତର୍କ ହୋଇଛି ପୋଲିସ । ଗତକାଲିଠୁ ହରିୟାଣା ଓ ପଂଜାବରୁ ଶତାଧିକ ଚାଷୀ ଗାଜିପୁର ସୀମାକୁ ଆନ୍ଦୋଳନ କରିବାକୁ ପହଂଚୁଥିବା ଦେଖିବାକୁ ମିଳୁଛି । ଏହାକୁ ଦୃଷ୍ଟିରେ ରଖି ପୁଲିସ ଓ ସିଆରପିଏଫ ପ୍ରବେଶ କରୁଥିବା ସମସ୍ତ ଲୋକଙ୍କ ଉପରେ କଡ଼ା ନଜର ରଖିଛି ।