କନକ ବ୍ୟୁରୋ : ଲଗାଣ ବର୍ଷା ଫଳରେ ବେଙ୍ଗାଲୁରୁରେ ବନ୍ୟା ପରିସ୍ଥିତି । ଲୋକଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟରେ ମଧ୍ୟ ପାଣି ପଶିଯାଇଛି । ପ୍ରାକୃତିକ ବିପର୍ଯ୍ୟୟ ଦେଖେନି ଧନୀ ଗରିବ, ଉଚ୍ଚ ନୀଚ । ଯାହା ବେଙ୍ଗାଲୁରୁର ବନ୍ୟା ପରିସ୍ଥିତି ପ୍ରମାଣ କରିଛି । କୋଟି କୋଟି ଟଙ୍କା ଖର୍ଚ୍ଚରେ ହୋଇ୍ଥିବା ବିଳାସପୂର୍ଣ୍ଣ ଘରେ ମଧ୍ୟ ପଶିଛି ବନ୍ୟା ପାଣି । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରବଳ ବର୍ଷା ଯୋଗୁଁ ସବୁଆଡ଼େ ପାଣି ଘେରି ରହିଥିବାରୁ କିଛି ସ୍ଥାନରେ ବିଦ୍ୟୁତ ସରବରାହ ମଧ୍ୟ ବାଧାପ୍ରାପ୍ତ ହୋଇଛି । ବିଭିନ୍ନ ଅଂଚଳରେ ବନ୍ୟାଜଳରେ ଫସିଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏବଂ ଅନ୍ୟପଟେ ବହୁ ସ୍ଥାନରେ ମଧ୍ୟ ପିଇବା ପାଣିର ସୁବିଧା ଦେଖିବାକୁ ମିଳିଛି ।

Advertisment

ସିଲିକନ ସିଟିରେ ବନ୍ୟା ଯୋଗୁଁ ସେଠାକାର ହୋଟେଲ ଦାମ ମଧ୍ୟ ବଢ଼ିଯାଇଛି । ଯେଉଁ ରୁମର ଦାମ ୨୦ ହଜାର ଥିଲା ତାହା ଏବେ ୪୦ ହଜାର ହୋଇଯାଇଛି । ଫଳରେ ଏପରି ପରିସ୍ଥିତି ସେଠାକାର ଲୋକଙ୍କ ଦୁଃଖକୁ ଦ୍ୱିଗୁଣିତ କରିଦେଇଛି । ବନ୍ୟା ପରିସ୍ଥିତିରେ ସମ୍ପୂର୍ଣ୍ଣ ସୁଧାର ଆସିନଥିଲେ ମଧ୍ୟ ଆଗାମୀ ଦିନେ ଦୁଇଦିନ ଭିତରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବେଙ୍ଗାଲୁରୁର ଅନେକ ସ୍ଥାନରେ ବର୍ଷାର ବିତ୍ପାତ ଦେଖାଦେଇଥିଲେ ମଧ୍ୟ ଅଳ୍ପ କିଛି ସ୍ଥାନରେ ପରିସ୍ଥିତି ସ୍ୱାଭାବିକ ରହିଛି । ଯାହାର କିଛି ଭିଡ଼ିଓ ସେଠାକାର ବାସିନ୍ଦା ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।

ପାଣିପାଗ ବିଭାଗ ସୂଚନା ଅନୁଯାୟୀ--
-ଆଇଏମଡ଼ିର ଆକଳନ ଅନୁଯାୟୀ ବେଙ୍ଗାଲୁରୁରେ ଗତ ୪ ଦିନ ହେଲା ୨୫୧ ଦଶମିକ ୪ ମିଲିମିଟର ବର୍ଷା ହୋଇଛି ।
- ଏହା ମଧ୍ୟରୁ ୧୩୧ ଦଶମିକ ୬ ମିଲିମିଟର ବର୍ଷା କେବଳ ଗତ ରବିବାର ଦିନ ରେକର୍ଡ଼ ହୋଇଛି ।
- ପାଣିପାଗ ବିଭାଗର ପୂର୍ବ ଆକଳନ ଅନୁଯାୟୀ ତଟୀୟ ଏବଂ ଦକ୍ଷିଣ କର୍ଣ୍ଣାଟକରେ ଶୁକ୍ରବାର ଠାରୁ ପ୍ରବଳରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
- ପ୍ରବଳ ବର୍ଷା ସମ୍ଭାବନା ଲୋକଙ୍କ ଚିନ୍ତା ବଢ଼ାଇଦେଇଛି ।

ତେବେ କିଛି ସ୍ଥାନରେ ବନ୍ୟା ପରିସ୍ଥିତି ସ୍ୱଭାବିକ ହେଉଛି । ଫଳରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହୋଇଥିବା ଲୋକେ ନିଜକୁ ଘରକୁ ଫେରି ଘର ସଜାଡ଼ିବାରେ ଲାଗିଛନ୍ତି । ଅନ୍ୟପକ୍ଷରେ ବନ୍ୟାରେ ପ୍ରଭାବିତ ହୋଇଥିବା ଲୋକଙ୍କ ପାଇଁ ପ୍ରକୋଷ୍ଠ ତିଆରି ଏବଂ ଆବଶ୍ୟକ ସାହାଯ୍ୟ ଯୋଗାଇବାକୁ କର୍ଣ୍ଣାଟକ ହାଇକୋର୍ଟ ବୃହତ ବେଙ୍ଗାଲୁରୁ ମହାନଗର ପାଳିକା ବା ବିବିଏମପିକୁ ନିର୍ଦ୍ଦେଶ ଦେଇଛନ୍ତି ।