ମାଲକାନଗିରିରେ ପ୍ରବଳ ବର୍ଷା । ପୋଲ ଉପରେ ବହିଲା ୬ଫୁଟ ପାଣି, ମାଲକାନଗିରିରୁ ବାଲିମେଳା ଯୋଗାଯୋଗ ବିଚ୍ଛିନ୍ନ

105

କନକ ବ୍ୟୁରୋ : ସ୍ୱଳ୍ପ ବୃଷ୍ଟି ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ମରୁଡି ପରିସ୍ଥିତି ଉପୁଜିଛି । ଜମି ଶୁଖିଲା ପଡିଛି, ତଳି ବିଲ ଶୁଖି ଆଁ କରିଛି । ବର୍ଷାକୁ ଅନାଇ ରହିଛି ଚାଷୀ । ଅନେକ ସ୍ଥାନରେ ମରୁଡି ପରିସ୍ତିତି ଉପୁଜିଥିବା ବେଳେ ମାଲକାନଗିରିରୁ ଆସିଲା ପ୍ରବଳ ବର୍ଷାର ଭୟଙ୍କର ଚିତ୍ର ।

ମାଲାକନଗିରି ଜିଲ୍ଲାରେ କେଇ ଘଂଟାର ଲଗାଣ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାଜପଥର ବିଭିନ୍ନ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଜାତୀୟ ଓ ରାଜ୍ୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ତେବେ ବିଡମ୍ବାନା, ମାଲକାନଗିରି ଜିଲ୍ଲାର ବିଭିନ୍ନ ତଳି ଅଞ୍ଚଳରେ ହାଇଲେବଲ ବ୍ରୀଜ ନିର୍ମାଣ ଲାଗି ଦାବୀ ହୋଇ ଆସୁ ଥିଲେ ହେଁ ଏଯାଏଁ ତାହା ପୁରଣ ହୋଇପାରୁନାହିଁ । ଆଉ ଅନେକ ସ୍ଥାନରେ ପୋଲ ନିର୍ମାଣ ହୋଇ ମଧ୍ୟ ପ୍ରଶାସନିକ ଅବହେଳା ତାହା ଲୋକଙ୍କ କାମରେ ଲାଗି ପାରୁନାହିଁ ।