ମହାରାଷ୍ଟ୍ରରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ବିପତ୍ତି : ଜୀବନ ବିକଳରେ ଇଲେକ୍ଟ୍ରି ତାରରେ ଝୁଲି ରହିଲେ ବିଦ୍ୟୁତ ବିଭାଗର କର୍ମଚାରୀ

185

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଚିନ୍ତା ବଢାଇଲାଣି ଦୁଇ ଦିନ ଧରି ଲାଗି ରହିଥିବା ବର୍ଷା । ଏହାର ପ୍ରଭାବରେ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜୀବନ ବିକଳରେ ଇଲେକ୍ଟ୍ରି ତାରରେ ଝୁଲି ରହିଲେ ବିଦ୍ୟୁତ ବିଭାଗର କର୍ମଚାରୀ । ଖୁଂଟିରେ ଚଢ଼ି କାମ କରୁଥିବା ବେଳେ ମାଡି ଆସିଥିଲା ବନ୍ୟା ପାଣି । ଦୀର୍ଘ ସମୟ ଧରି ଏମାନେ ଇଲେକ୍ଟ୍ରି ତାରରେ ଝୁଲି ରହିବା ପରେ ସେଠାରେ ପହଂଚି ଉଦ୍ଧାର କରିଛି ଉଦ୍ଧାରକାରୀ ଦଳ ।

ବର୍ତ୍ତମାନ ମହାରାଷ୍ଟ୍ରର ସ୍ଥିତିରେ ସୁଧାର ଆସିବାର ସଂଭାବନା ଦେଖାଯାଉ ନାହିଁ । କାରଣ ଆସନ୍ତା ୨୪ ଘଂଟା ପାଇଁ ଆହୁରି ବର୍ଷାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ସବୁଠାରୁ ଅଧିକ ଚିନ୍ତା ବଢାଇଛି ରାଇଗଡ ଅଂଚଳ । ଦୀର୍ଘ ସମୟ ଧରି ଏମାନେ ଇଲେକ୍ଟ୍ରି ତାରରେ ଝୁଲି ରହିବା ପରେ ସେଠାରେ ପହଂଚି ଉଦ୍ଧାର କରିଛି ଉଦ୍ଧାରକାରୀ ଦଳ । ବର୍ତ୍ତମାନ ମହାରାଷ୍ଟ୍ରର ସ୍ଥିତିରେ ସୁଧାର ଆସିବାର ସଂଭାବନା ଦେଖାଯାଉ ନାହିଁ । କାରଣ ଆସନ୍ତା ୨୪ ଘଂଟା ପାଇଁ ଆହୁରି ବର୍ଷାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ସବୁଠାରୁ ଅଧିକ ଚିନ୍ତା ବଢାଇଛି ରାଇଗଡ ଅଂଚଳ ।

ରାଇଗଡ ନିକଟ ଏକଗାଁ ଅଂଚଳରେ ପାହାଡ ଧସିବା ପରେ ଗାଁ ପୂରା ଧୋଇ ଯାଇଛି । ପୁରା ରାଇଗଡରେ ଭୂସ୍ଖଳନ ଓ ବନ୍ୟା କାରଣରୁ ମୃତ୍ୟୁ ସଂଖ୍ୟା ୪୪ରେ ପହଁଚିଲାଣି । ଶୁକ୍ରବାର ୩୨ଟି ଶବ ଉଦ୍ଧାର କରାଯାଇଥିଲା । ଆହୁରି ଶବ ଗୁଡିକୁ ଠାବ କରିବାକୁ ଉଦ୍ଧାରକାରୀ ଦଳ ଉଦ୍ୟମ ଜାରି ରଖିଛନ୍ତି । ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲାରେ ମଧ୍ୟ ଭୂସ୍ଖଳନ କାରଣରୁ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେପଟେ ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଜନିତ ମୃତ୍ୟୁ ସଂଖ୍ୟା ୧୨୯କୁ ବୃଦ୍ଧି ହୋଇଛି । ଉଦ୍ଧାର କାମରେ ଏନଡିଆରଏଫ୍ ଟିମ୍ ସାମିଲ ହୋଇଛି । ମହାରାଷ୍ଟ୍ରରେ ବନ୍ୟା ମୃତକଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ।

ଉଦ୍ଧାର କାମରେ ସହାୟତା ନେଇ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ମହାରାଷ୍ଟ୍ରର ୬ଟି ଜିଲାକୁ ରେଡ୍ ଆଲର୍ଟ ଜାରି ହୋଇଛି । ରାଇଗଡ, ରତ୍ନଗିରି, ସିଦ୍ଧୁ ଗୁର୍ଗ, ପୁନେ, ସତରା ଏବଂ କୋହ୍ଲାପୁର ଜିଲ୍ଲାରେ ଆଜି ପ୍ରବଳ ବର୍ଷା ଚେତାବନୀ ଜାରି ହୋଇଛି । ମହାରାଷ୍ଟ୍ରରେ ଏହି ବନ୍ୟାରେ ବର୍ତମାନ ସୁଦ୍ଧା ୫୪ ଟି ଗାଁ ପୁରା କ୍ଷତିଗ୍ରସ୍ତ ହୋଇସାରିଛି । ୮୨୧ଟି ଗାଁ ଆଂଶିକ ପ୍ରଭାବିତହୋଇଛି ।