ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବ : ଆଜି ୧୬ ଜିଲ୍ଲାରେ ବିଜୁଳି, ଘଡଘଡି ସହ ବର୍ଷା ସମ୍ଭାବନା

842

କନକ ବ୍ୟୁରୋ : ରାଜ୍ୟରେ ଗତ ଦୁଇ ଦିନ ହେବ ମେଘୁଆ ପାଗ ରହିବା ସହ କେତକ ସ୍ଥାନରେ ବର୍ଷା ମଧ୍ୟ ହୋଇଛି । ତେବେ ଏଭଳି ପାଗ ଆସନ୍ତା ଅକ୍ଟୋବର ୯ ତାରିଖ ତଥା କୁମାର ପୂର୍ଣ୍ଣିମା ଯାଏ ଲାଗିରହିବା ସହ ବର୍ଷା ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ବଙ୍ଗୋପସାଗରରେ ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ଗୋଟିଏ ପରେ ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଥିବାରୁ ଏହା ଲଘୁଚାପର ରୂୂପ ନେବାର ସମ୍ଭାବନା ମଧ୍ୟ ରହିଛି ।

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଆନ୍ଧ୍ରପ୍ରଦେଶର ଉପକୂଳ ଉପରେ ରହିଥିବା ଘୁର୍ଣ୍ଣିବଳୟ ପ୍ରଭାବରେ ଗତକାଲି ରାଜ୍ୟରେ ଦିନ ତମାମ ପାଗ କାଉଁଳିଆ ରହିବା ସହ ବର୍ଷା ମଧ୍ୟ ହୋଇଥିଲା । ଆସନ୍ତା ଦୁଇ ଦିନ ରାଜ୍ୟରେ କେତକ ଅଞ୍ଚଳରେ ବିଜୁଳି, ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଆଜି ରାଜ୍ୟର ପାଖାପାଖି ୧୬ ଟି ଜିଲ୍ଲା ଜିଲ୍ଲାରେ ବିଜୁଳି ଘଡଘଡି ବର୍ଷା ହେବ । କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ନୟାଗଡ଼, ବୌଦ୍ଧ, ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ପୁରୀ, ଖୋର୍ଦ୍ଧା, କଟକ ଏବଂ ଜଗତସିଂହପୁର ଜିଲ୍ଲାରେ ବିଜୁଳି, ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ।