କନକ ବ୍ୟୁରୋ : ଗତ କିଛି ଦିନ ହେବ ଉତ୍ତରାଖଣ୍ଡରେ ବର୍ଷା ସାମାନ୍ୟ କମିଥିବା ବେଳେ ଲାଗୁଥିଲା ପରିସ୍ଥତିରେ ସୁଧାର ଆସିବ । କିନ୍ତୁ ଗତକାଲି ରାତିରୁ ଲାଗି ରହିଥିବା ବର୍ଷା ଭୟ ବଢାଇଦେଇଛି । ନଦୀଗୁଡିକରେ ଜଳସ୍ଥର ସାମାନ୍ୟ ଖସିବାକୁ ଲାଗିଥିବା ବେଳେ ଗତକାଲି ରାତିରେ ଯେଉଁ ବାଦଲଫଟା ବର୍ଷା ହୋଇଛି, ସେଥିରେ ପୁଣି ଜଳସ୍ଥର ବଢିବାରେ ଲାଗିଛି । ଲୋକଙ୍କ ଭିତରେ ପୁଣି ଛନକା ପସିଛି ।

Advertisment

ସେପଟେ, ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ଲ୍ୟାଣ୍ଡସ୍ଲାଡ୍ ଦେଖିବାକୁ ମିଳିଛି । ଲ୍ୟାଣ୍ଡସ୍ଲାଇଡ୍ କାରଣରୁ ଅନେକ ରାଜରାସ୍ତା ବନ୍ଦ ହୋଇଯାଇଛି । ଯାତାୟତ ଏକପ୍ରକାର ଠପ୍ ହୋଇଯାଇଛି । କେତେକ ଅଞ୍ଚଳ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି । ଜେସିବି ସାହାଯ୍ୟରେ ରାସ୍ତା ସଫା କରାଯାଉଥିଲେ ବି ବର୍ଷା କାରଣରୁ ପୁଣି କେଉଁଠିନା କେଉଁଠି ଭୁସ୍ଖଳନ ହେଉଛି । ଆଉ ଏହାରି ଭିତରେ ଲଗାଣ ବର୍ଷା ପୁଣି ଉତ୍ତରାଖଣ୍ଡରେ ଲୋକଙ୍କ ଚିନ୍ତା ବଢାଇଦେଇଛି