କନକ ବ୍ୟୁରୋ : ଲଘୁଚାପ ପ୍ରଭାବରେ ହେବ ପ୍ରବଳ ବର୍ଷା । ୩ ଜିଲ୍ଲାରେ ନିର୍ଦ୍ଧୁମ ବର୍ଷିବ । ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ବାୟୁମଣ୍ଡଳ ମଧ୍ୟ ଭାଗ ଯାଏଁ ଏହା ଲାଗିଛି । ଆସନ୍ତାକାଲି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ପହଞ୍ଚିବ । ୧୬ରେ ଏହା ଗଭୀର ଅବପାତର ରୂପ ନେଇ ଓଡିଶା ଉପକୂଳ ଛୁଇଁବ । ଧୀରେ ଧୀରେ ଏହାର ଗତିପଥ ବଦଳିବ । ଉତ୍ତର ପଶ୍ଚିମ ଦିଗରେ ଏହା ଗତିପଥ ବଦଳାଇବ । ଯାହାର ପ୍ରଭାବରେ ୧୫ରେ ହାଲୁକାରୁ ମଧ୍ୟମ ଧାରଣର ବର୍ଷା ହେବାକୁ ଥିବା ବେଳେ ୧୬ରେ ବର୍ଷାର ପ୍ରଭାଵ ସର୍ବାଧିକ ରହିବ । ସେହିଭଳି ୧୭ରେ ଉତ୍ତର ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ତେଣୁ ମତ୍ସ୍ୟଜୀବୀଙ୍କୁ ୧୫ ତାରିଖରୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

Advertisment

୧୫ରେ ଦକ୍ଷିଣ ଓଡ଼ିଶାର ମାଲକାନଗିରି , କୋରାପୁଟ, ଗଞ୍ଜାମ, ଗଜପତି, ରାୟଗଡ଼ା, ଜଗତସିଂହପୂର , ପୁରୀରେ ହାଲୁକା ବର୍ଷା ରହିବ । ୧୬ରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକରେ ସର୍ବାଧିକ ବର୍ଷା ସମ୍ଭାବନା ରହିଛି । ଏଥିସହ ପାର୍ଶ୍ଵବର୍ତ୍ତୀ ଜିଲ୍ଲା କଟକ, ଖୋର୍ଦ୍ଧା , ପୁରୀ , ଗଞ୍ଜାମ, ଯାଜପୁର , ବାଲେଶ୍ଵର, ଢେ଼ଙ୍କାନାଳରେ ବର୍ଷାର ସମ୍ଭାବନା ରହିଛି । ୧୭ରେ ଉତ୍ତର ଉପକୂଳ ଓଡିଶାର ବାଲେଶ୍ଵରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।