ଧୋଇଯିବ କି ଦଶହରା ! ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା

75

କନକ ବ୍ୟୁରୋ : ଧୋଇ ଯିବ କି ଦଶହରା? ଏଭିଳି ଆଶଙ୍କା ସୃଷ୍ଟି ହୋଇଛି ଲୋକଙ୍କ ମନରେ । ଦକ୍ଷିଣ ଓଡିଶା ଉତ୍ତର ଆନ୍ଧ୍ରଉପକୂଳରେ ସୃଷ୍ଟି ଘୂର୍ଣ୍ଣିବଳୟରେ ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ହୋଇଛି । ଆଜିର ଏହି ବର୍ଷା ଲୋକଙ୍କ ଆଶଙ୍କାକୁ ଆହୁରି ବଢ଼ାଇ ଦେଇଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଘୂର୍ଣ୍ଣିବଳୟ ପ୍ରଭାବରେ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସହ ବଜ୍ରପାତ ବିଜୁଳି ମାରିବା ସମ୍ଭାବନା ରହିଛି । ଆସନ୍ତା ୨ଦିନ ଯାଏ ଉପକୂଳ ଓଡିଶାର ଅପରାହ୍ନରେ ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛିି ।