ପ୍ରଳୟକାରୀ ବନ୍ୟାରେ ଭାସୁଛି ଆସାମ: ୭ଦିନରେ ୧୩୦ଜଣଙ୍କ ମୃତ୍ୟୁ, ଲକ୍ଷ ଲକ୍ଷ ଲୋକ ହେଲେଣି ବାସହରା

134

କନକ ବ୍ୟୁରୋ: ଆସାମରେ ଦିନକୁ ଦିନ ବିଗୁଡୁଛି ବନ୍ୟା ସ୍ଥିତି । ପ୍ରାୟ ଏକମାସ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ଏବେ ବଡ ସମସ୍ୟା ଆଣିଛି । କେଉଁଠି ବନ୍ୟାରେ ଘରଦ୍ୱାରା ତାସ ଘର ପରି ଭାଙ୍ଗିଯାଉଛି ତ ପୁଣି କେଉଁଠି ଧନଜୀବନ ଓ ଗୋରୁଗାଇ ବନ୍ୟାର ପ୍ରଖର ସ୍ରୋତରେ ଭାସିଯାଉଛି । ପ୍ରତି କ୍ଷଣରେ ଲକ୍ଷ ଲକ୍ଷ କ୍ଷତି ସହୁଛି ରାଜ୍ୟ । ଆସାମର ୩୦ ଜିଲ୍ଲା ସମ୍ପୂର୍ଣ୍ଣ ବନ୍ୟାରେ ବୁଡି ରହିଛି । ୨୩ଲକ୍ଷ ଜୀବନ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ବନ୍ୟା ପ୍ରଭାବିତ ଅଂଚଳରୁ ସେମାନଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନ କରାଯାଇଛି । ପ୍ରତିବର୍ଷ ପରି ଏଥରକ ମଧ୍ୟ ବନ୍ୟାରେ ବୁଡି ରହିଛି ଏହି ପୂର୍ବୋତର ରାଜ୍ୟ ।