୨୩୦ ଟିକାକୁ ୨ ହଜାର ଲୋକ । କଟକ ଜିଲ୍ଲା ନିଆଳିରୁ ଆସିଲା ଟିକାକରଣ ଅବ୍ୟବସ୍ଥାର ସାଂଘାତିକ ଚିତ୍ର । ବହୁ ସଂଖ୍ୟାରେ ଲୋକଙ୍କୁ ଦେଖି ଟିକାକରଣ ବନ୍ଦ ହୋଇଯିବାରୁ ଉତେଜନା । 

142

କନକ ବ୍ୟୁରୋ: ୨୩୦ ଟିକାକୁ  ୨ ହଜାର ଲୋକ । ମେଡିକାଲ ଗେଟ ତାଡି ଭିତରେ ପସିଲେ ଉତ୍ୟକ୍ତ ଲୋକ । କରୋନା ନିୟମକୁ ଭୁଲି ଗଲେ । ଟିକା ପାଇଁ ଏକାଠି ହେଲେ ବହୁ ସଂଖ୍ୟାର ଲୋକ । ଏପରି ଅବସ୍ଥା ଦେଖି ଟିକା ଦେବା ବନ୍ଦ କଲେ ମେଡିକାଲ କର୍ମଚାରୀ । କଟକ ଜିଲ୍ଲା ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା କୃଷ୍ଣପ୍ରସାଦ ପ୍ରାଇମେରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ଏହି ଘଟଣା ।

ରାଜ୍ୟରେ ଟିକାକରଣ ପ୍ରକିୟା ଜୋରଦାର ଚାଲିଥିବା ବେଳେ କୃଷ୍ଣପ୍ରସାଦ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଥିଲା ଭିନ୍ନ ଚିତ୍ର ।  ୪ଟି ପଂଚାୟତର ଲୋକ ଟିକା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ର ବାହାରେ ରୁଣ୍ଡ ହୋଇଥିଲେ । ଲୋକଙ୍କ ଗହଳି ଦେଖି ଟିକା ଦେବା ବନ୍ଦ କରିଥିଲେ ମେଡିକାଲ କର୍ମଚାରୀ । ଯାହାପାଇଁ ଘଟଣା ସ୍ଥଳରେ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ।