ପଶ୍ଚିମ ଓଡିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରୁ ଜୋରଦାର ହେଲା ଚେକିଂ । ମାସ୍କ ଚେକିଂ କରି ଫାଇନ୍ କାଟିଲା ସୁନ୍ଦରଗଡ ପୁଲିସ
କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପରେ ସୁନ୍ଦରଗଡରେ ଚାଲିଛି ଜୋରଦାର ଚେକିଂ । ଗତକାଲି ମୁଖ୍ୟମନ୍ତ୍ରୀ ରାଜ୍ୟରେ କୋଭିଡ ସ୍ଥିତିକୁ ସମୀକ୍ଷା କଲା ପରେ ପଶ୍ଚିମଓଡିଶାରେ ପୁଲିସର ଚେକିଂକୁ ଜୋରଦାର କରାଯାଇଛି । ଏହାସହ ନାଇଟକର୍ଫ୍ୟୁ ଲାଗୁ ହୋଇଥିବା ୧୦ଟି ଜିଲ୍ଲାରେ ସ୍ପେଶାଲ ଡ୍ରାଇଭ ଆରମ୍ଭ ହୋଇଛି । ଏପ୍ରିଲ୭ରୁ ୧୬ ପର୍ଯ୍ୟନ୍ତ ୧୦ ଦିନ ଧରି ଏହି ସ୍ପେଶାଲ ଡ୍ରାଇଭ ଚାଲିବ । ସେପଟେ କୋରାପୁଟ କୋଟିଆରେ କିଭଳି ସଂକ୍ରମଣ ନବ୍ୟାପିବ ସେଥିପାଇଁ ସରକାର ଦୃଷ୍ଟି ଦେଇଛନ୍ତି । କୋଟିଆ ବାସୀଙ୍କୁ କରୋନା ଟିକା ଦିଆଯାଉଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ପଶ୍ଚିମ ଓଡିଶାରେ କରୋନା ସ୍ଥିତି ଚିନ୍ତାଜନକ ରହିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପରେ ପୁଲିସ ପକ୍ଷରୁ ସ୍ପେଶାଲ ଡ୍ରାଇଭ କରି ଯୋରଦାର ଯାଂଚ କରାଯାଉଛି । ସୁନ୍ଦରଗଡ ଡିଆରଡିଏ ଛକରେ ସଦର ଏସ୍ଡିପିଓଙ୍କ ନେତୃତ୍ୱରେ ଟାଉନ ଥାନା ପୁଲିସ ମାସ୍କ ଏବଂ ସାମାଜିକ ଦୂରତାକୁ ଗୁରୁତ୍ୱ ଦେଇ ଯାଂଚ କରି ଅମାନିଆଙ୍କୁ ଜରିମାନା କରିଛନ୍ତି । ଅନ୍ୟପଟେ ସୁନ୍ଦରଗଡ ଜିଲ୍ଲାର କୋଭିଡ ପର୍ଯ୍ୟବେକ୍ଷକ କରୋନା ସ୍ଥିତି ସମୀକ୍ଷା କରିଛନ୍ତି । ବରିଷ୍ଠ ଆଇଏଏସ ଅଧିକାରୀ ନିକୁଞ୍ଜ ବିହାରି ଧଳ, ଜିଲ୍ଲାପାଳ ଓ ଅନ୍ୟ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।
ଛତିଶଗଡ ସୀମାକୁ ଲାଗିଥିବା ୧୦ଟି ଜିଲ୍ଲାରେ ନାଇଟକର୍ଫ୍ୟୁ ବଳବତର ରହିଛି । କୋରାପୁଟ ଜିଲ୍ଲାରେ ବି ନାଇଟ୍କର୍ଫ୍ୟୁ ଲାଗୁ ହୋଇଥିବା ବେଳେ କୋଟିଆବାସୀଙ୍କ ଉପରେ ସ୍ୱତନ୍ତ୍ର ନଜର ରଖିଛନ୍ତି ସରକାର ।
କୋଟିଆବାସୀଙ୍କୁ ସଂକ୍ରମଣ ଠାରୁ ଦୂରେଇ ରଖିବା ପାଇଁ କରୋନା ଟିକା ଦିଆଯାଉଛି । ନବ ନିର୍ମିତ ୧୦ ବେଡ଼ ବିଶିଷ୍ଟ ମେଡ଼ିକାଲରେ ଅତ୍ୟାଧୁନିକ ବ୍ୟବସ୍ଥା ଭିତରେ ଟିକା ଦିଆଯାଉଛି । କୋଟିଆବାସୀ କୁଇ ଭାଷାରେ କଥା ବାର୍ତା ହେଉଥିବାରୁ ଏଠାରେ କୁଇ ଭାଷର ସ୍ୱାସ୍ଥ୍ୟକର୍ମୀଙ୍କୁ ନିଯୁ୍କ୍ତି ଦିଆଯାଇଛି ।
କରୋନାକୁ ନେଇ ଭୟ ବଢୁଛି । ସଂକ୍ରମଣର ଗତିରେ ବ୍ରେକ ଲଗାଇବା ପାଇଁ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସତର୍କତା ମୂଳକ ପଦକ୍ଷେପ ନିଆଯାଉଛି । ରାୟଗଡା ଜିଲ୍ଲାରେ ବି ଜୋରଦାର ଚେକିଂ କରାଯାଉଛି । ଗୁଣୁପୁର ପୁଲିସ ପକ୍ଷରୁ ଚେକିଂ କରାଯାଇ ମାସ୍କ ପିନ୍ଧିନଥିବା ବ୍ୟକ୍ତିଙ୍କ ଠାରୁ ଫାଇନ୍ ଆଦାୟ କରାଯାଉଛି ।