ରାଜ୍ୟରେ ପ୍ରବଳ ଗ୍ରାଷ୍ମ ପ୍ରବାହ । ୪୦ ଡିଗ୍ରୀ ଉପରେ ୧୧ ସହର, ଟିଟିଲାଗଡ଼ରେ ସର୍ବାଧିକ ୪୩.୫ ଡିଗ୍ରୀ, ଭୁବନେଶ୍ୱରରେ ତାପମାତ୍ରା ୪୦ ଉପରେ ।

139

କନକ ବ୍ୟୁରୋ : ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ । ୧୧ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଟିଟିଲାଗଡ଼ର ତାପମାତ୍ରା ସର୍ବାଧିକ ୪୩ ଦଶମିକ୍ ୫ ଡିଗ୍ରୀ ସେଲସିୟସ ରହିଛି । ସେହିପରି ପ୍ରବଳ ତାତିରେ ଜଳୁଛି ଅନୁଗୁଳ, ବଲାଙ୍ଗୀର ଓ ତାଲଚେର । ଏହି ତିନି ସହରରେ ୪୨ ଡିଗ୍ରୀ ଉପରେ ରହିଛି ତାପମାତ୍ରା । ଝାରସୁଗୁଡା, ସୋନପୁର, ସମ୍ବଲପୁର ସହରରେ ତାପମାତ୍ରା ରହିଛି ୪୧ ଡିଗ୍ରୀ ଉପରେ । ଭବାନୀପାଟଣାରେ ତାପମାତ୍ରା ୪୧ ଡିଗ୍ରୀ ଥିବାବେଳେ ଭୁବନେଶ୍ୱରର ତାପମାତ୍ରା ରହିଛି ୪୦.୨ ଡିଗ୍ରୀ ସେଲସିୟସ ।