କନକ ବ୍ୟୁରୋ : ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରବାହ । ଆଗାମୀ ୨ ଦିନ ପର୍ଯ୍ୟନ୍ତ ଏଭଳି ହିଟ ୱେଭ ଜାରି ରହିବ । ତେବେ ୨୪ ଘଂଟା ଭିତରେ କାଁ ଭାଁ କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି । କେଉଁଝର, ମୟୂରଭଂଜ, ଯାଜପୁର, ରାୟଗଡା, ଅନୁଗୁଳ, କଟକରେ କାଳବୈଶାଖୀ ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
Kanak News is now on WhatsApp
Join and get latest news updates delivered to you via WhatsApp
ଉତର ପଶ୍ଚିମ ଭାରତରୁ ଓଡିଶା ଆଡକୁ ଲମ୍ବିଥିବା ଏକ ଟ୍ରପ୍ ଲାଇନ୍ ଯୋଗୁ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି । ଫଳରେ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷା । ସମ୍ଭାବନା ରହିଛି । ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ସୂଚନା ମିଳିଛି । ୨୪ ଘଂଟା ମଧ୍ୟରେ ଟିଟିଲାଗଡରେ ସର୍ବୋଚ୍ଚ ତାପମାତ୍ରା ୪୪.୫ ଡିଗ୍ରୀ ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ରହିଛି ୩୭ ଡିଗ୍ରୀ ।