ଅଶ୍ୱିନୀ ହସ୍ପିଟାଲ ଓ କନକ ନ୍ୟୁଜ୍ ପକ୍ଷରୁ ଆୟୋଜିତ ହେଲା ସ୍ୱାସ୍ଥ୍ୟ ସେମିନାର । କୋଭିଡର ଦ୍ୱିତୀୟ ଲହରକୁ ନେଇ ମତ ରଖିଲେ ଡାକ୍ତର ଓ ସାମ୍ବାଦିକ ।

76

କନକ ବ୍ୟୁରୋ: ଦେଶରେ କୋଭିଡ଼ର ପୁନଃସଂକ୍ରମଣ ପରିପ୍ରେକ୍ଷୀରେ ଅଶ୍ୱିନୀ ହସ୍ପିଟାଲ ଓ କନକ ନ୍ୟୁଜ୍ ପକ୍ଷରୁ ଆଜି ଭୁବନେଶ୍ୱରରେ ଏକ ସ୍ୱାସ୍ଥ୍ୟ ସେମିନାର ଅନୁଷ୍ଠିତ ହୋଇଛି । ଦେଶର କେତେକ ରାଜ୍ୟରେ କୋଭିଡର ଦ୍ୱିତୀୟ ଲହର ଦେଖା ଦେବା ପରିପ୍ରେକ୍ଷୀରେ ଲୋକେ କିଭଳି ପ୍ରତିକାରମୂଳକ ପଦକ୍ଷେପ ନେବା ଉଚିତ ତା’ ଉପରେ ପ୍ରଶାସନିକ କର୍ମକର୍ତ୍ତା, ଡାକ୍ତର, ସାମ୍ବାଦିକ ଓ ଏଥିସହ ଜଡ଼ିତ ସମସ୍ତ ପକ୍ଷ ନିଜର ମତ ଦେଇଥିଲେ । ଜୁଲାଇ ସୁଦ୍ଧା ଭାରତରେ ୩୦ କୋଟି ଲୋକଙ୍କୁ କିଭଳି କୋଭିଡ଼ ଟୀକା ଦିଆଯାଇପାରିବ ସେ ନେଇ ଏଠାରେ ଚର୍ଚ୍ଚା ହୋଇଥିଲା । ଫୁସଫୁସ ରୋଗରେ ଦେଶରେ ତୃତୀୟ ସର୍ବାଧିକ ରୋଗୀ ମୃତ୍ୟୁମୁଖରେ ପଡ଼ୁଥିବା ବେଳେ ଅଶ୍ୱିନୀ ହସ୍ପିଟାଲ ଗ୍ରୁପ୍ ପକ୍ଷରୁ ନିକଟରେ ଭୁବନେଶ୍ୱରରେ ଆରମ୍ଭ ହୋଇଥିବା “ଅଶ୍ୱିନୀ ଲଙ୍ଗ ଇନଷ୍ଟିଚ୍ୟୁଟ୍’’ କୋଭିଡ ପରବର୍ତ୍ତୀ ଚିକିତ୍ସା କ୍ଷେତ୍ରରେ ସହାୟକ ହେବ ବୋଲି କୁହାଯାଇଥିଲା ।