‘ଓମିକ୍ରନ’କୁ ଚିନ୍ତା : ସବୁ ରାଜ୍ୟ ସହ ସମୀକ୍ଷା ବୈଠକ କରିବେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ

133

କନକ ବ୍ୟୁରୋ : କରୋନା ଭୂତାଣୁର ବିପଜ୍ଜନକ ପ୍ରଜାତି ଓମିକ୍ରନକୁ ରୋକିବା ପାଇଁ ସାରା ବିଶ୍ୱ ତତ୍ପରତା ପ୍ରକାଶ କରିଥିଲେ ମଧ୍ୟ ଏହା ଗୋଟିଏ ଦେଶରୁ ଅନ୍ୟ ଦେଶକୁ ବ୍ୟାପିବାରେ ଲାଗିଛି । ଏବେ ସୁଦ୍ଧା ୧୬ଟି ଦେଶକୁ ବ୍ୟାପିଲାଣି ଓମିକ୍ରନ । ସେହି ଦେଶଗୁଡ଼ିକ ହେଲା ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ବେଲଜିୟମ, ବୋସ୍ତୱାନା, କାନାଡ଼ା, ଡେନମାର୍କ, ଫ୍ରାନ୍ସ, ଜର୍ମାନୀ, ହଂକଂ, ଇସ୍ରାଏଲ, ନେଦରଲାଣ୍ଡ, ପର୍ତୁଗାଲ, ସ୍କଟଲାଣ୍ଡ୍‌, ସ୍ବିଜରଲାଣ୍ଡ୍‌, ଚେକ୍‌ ଗଣତନ୍ତ୍ର ଏବଂ ବ୍ରିଟେନ୍‌ । ଓମିକ୍ରନ ବ୍ୟାପିବାରୁ ବିଭିନ୍ନ ରାଷ୍ଟ୍ର ଯାତାୟତ ଉପରେ କଟକଣା ଲଗାଇଛନ୍ତି ।

ଓମିକ୍ରନ ବ୍ୟାପିବାରୁ ବିଭିନ୍ନ ରାଷ୍ଟ୍ର ଯାତାୟତ ଉପରେ କଟକଣା ଲଗାଇଛନ୍ତି । ଅନ୍ୟପକ୍ଷରେ କରୋନାର ଏହି ନୂଆ ପ୍ରଜାତି ଓମିକ୍ରନକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଜି ବିଶ୍ୱକୁ ସତର୍କ କରାଇଛି । ଓମିକ୍ରନ ସମଗ୍ର ବିଶ୍ୱ ପାଇଁ ଅତ୍ୟନ୍ତ ବିପଜ୍ଜନକ ।ଏହା ଖୁବ୍ କ୍ଷୀପ୍ର ଗତିରେ ବ୍ୟାପୁଛି । ଏହା ଦ୍ୱାରା ଅତି ଗୁରୁତର ପରିଣାମ ଭୋଗିବାକୁ ପଡ଼ିପାରେ ବୋଲି ହୁ କହିଛି । ଏନେଇ ଆଜି ସମସ୍ତ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ।