ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ଭିତ୍ତିଭୂମୀକୁ ସଜାଡ଼ିବେ ସରକାର : ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ, ୧୦ ଜିଲ୍ଲାରେ ଖୋଲିବ ୬୦୦ ସିଟ୍ ବିଶିଷ୍ଟ ନର୍ସିଂ କଲେଜ

138

କନକ ବ୍ୟୁରୋ : ରାଜ୍ୟରେ ଖୋଲିବ ୬୦୦ ସିଟ୍ ବିଶିଷ୍ଟ ନର୍ସିଂ କଲେଜ । ୧୦ଟି ଜିଲ୍ଲାରେ ଏହି କଲେଜ ଖୋଲିବାକୁ ଯୋଜନା କରିଛନ୍ତି ସରକାର । ପ୍ରତି କଲେଜରେ ୬୦ଟି ଲେଖାଏଁ ସିଟ ରହିବ । ମୟୁରଭଞ୍ଜ, ବଲାଙ୍ଗୀର, କୋରାପୁଟ, ବାଲେଶ୍ୱର, ଝାରସୁଗୁଡା, ପୁରୀ, ସୁନ୍ଦରଗଡ, ଅନୁଗୁଳ, କେନ୍ଦୁଝର ଓ ଯାଜପୁର ଜିଲ୍ଲାରେ ଏହି କଲେଜ ଖୋଲିବାକୁ ପ୍ରସ୍ତାବ ରହିଛି ।

ଏହା ବାଦ ତିନିଟି ମେଡିକାଲ କଲେଜରେ ଅଚଳ ହୋଇପଡିଥିବା ନିର୍ସିଂ କଲେଜକୁ ମଧ୍ୟ ପୁନଃ ଚାଲୁ କରାଯିବ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ।ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମୀ ସଜାଡିବା ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର । ଚଳିତବର୍ଷ ଝାରସୁଗୁଡାରେ ହାର୍ଟ ହସ୍ପିଟାଲ ଆରମ୍ଭ କରିବା ସହିତ ସାରାରାଜ୍ୟରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସମସ୍ତ ମେଡିକାଲ କଲେଜରେ ଅସ୍କିଜେନ୍ ପ୍ଲାଂଟ ସ୍ଥାପନ କରିବାକୁ ନିଷ୍ପତ୍ତି ହୋଇଛି ।