ଦଫ୍ତରକୁ ପ୍ରବେଶ କଲେ, ଦୃଢ଼ ପ୍ରତିଜ୍ଞା ନେଲେ । ୨ ବର୍ଷରେ ଦୂର ହୋଇଯିବ ଡାକ୍ତର ସମସ୍ୟା ।

ଫୋକସରେ ସ୍ୱାସ୍ଥ୍ୟ ସେବା । ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ, ଆସନ୍ତା ୨ ବର୍ଷରେ ଆବଶ୍ୟକରୁ ଅଧିକ ଡାକ୍ତରଙ୍କୁ ମିଳିବ ନିଯୁକ୍ତି ।

929

କନକ ବ୍ୟୁରୋ: ନୂଆ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଫୋକସରେ ସ୍ୱାସ୍ଥ୍ୟସେବା । ରାଜ୍ୟରେ ଆବଶ୍ୟକ ତୁଳନାରେ ଅଧିକ ଡାକ୍ତରଙ୍କୁ ନିଯୁକ୍ତି ଦେବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପ୍ରତିଜ୍ଞା । ସଚିବାଳୟରେ ନିଜ ବିଭାଗୀୟ ଦଫ୍ତରକୁ ପ୍ରବେଶ ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି କି, ଆସନ୍ତା ଦୁଇ ବର୍ଷରେ ଓଡିଶାରେ ଆବଶ୍ୟକ ତୁଳନାରେ ଅଧିକ ଡାକ୍ତର ଉପଲବ୍ଧ ହେବେ । କାରଣ ମେଡିକାଲ କଲେଜ ଗୁଡିକରୁ ଅଧିକରୁ ଅଧିକ ସଂଖ୍ୟାରେ ଡାକ୍ତର ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହେବାକୁ ଯାଉଛନ୍ତି । ତେଣୁ ଆଗାମୀ ଦିନରେ ରାଜ୍ୟର କୌଣସି ଚିକିତ୍ସାଳୟରେ ଆଉ ଡାକ୍ତର ଅଭାବ ରହିବନାହିଁ ।

ଏପରିକି ସ୍ୱାସ୍ଥ୍ୟସେବା ସବୁବେଳେ ଏକ ବଡ ଆହ୍ୱାନ । କିନ୍ତୁ ସମସ୍ତ ପ୍ରକାର ପରିସ୍ଥିତିରେ ରାଜ୍ୟବାସୀଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ରହିଛନ୍ତି । ଏଣୁ ଆଗାମୀ ଦିନରେ ରାଜ୍ୟରେ କିଭଳି ସ୍ୱାସ୍ଥ୍ୟସେବାକୁ ଅଧିକରୁ ଅଧିକ ଅତ୍ୟାଧୁନିକ ଶୌଳୀରେ ତ୍ୱରାନ୍ୱିତ କରାଯିବ ସେନେଇ ପର୍ଯ୍ୟାପ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।