ଖଜୁରୀ ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଭଲ ! ଜାଣନ୍ତୁ ଏହା ଆମ ପାଇଁ କେତେ ଉପକାରୀ ଅଟେ

76

ଶୀତ ଦିନର ଆଗମନ ହେତୁ ମନୁଷ୍ୟ ବିଭିନ୍ନପ୍ରକାର ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି । ଶୀତ ପ୍ରଭାବରେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ସମସ୍ୟା ଦେଖିବାକୁ ମିଳିଥାଏ । ଖଜୁରୀ ଶରୀର ମଧ୍ୟରେ ଉଷ୍ଣତା ବୃଦ୍ଧିରେ ସହାୟକ ହୋଇଥାଏ ଏବଂ ଶରୀରକୁ ସତେଜ ରଖିଥାଏ । ମାତ୍ର ଅଧିକାଂଶ ଲୋକ ଖଜୁରୀ ରଂଗ ଦେଖି ଏହାକୁ ଖାଇବାକୁ ପସନ୍ଦ କରିନଥା’ନ୍ତି । କିନ୍ତୁ ଏଠାରେ ଆମେ ଖଜୁରୀରେ ଥିବା ଉପକାରୀତା ସମ୍ବନ୍ଧରେ ବିଶେଷ ଟିପ୍ପଣୀ ଦେବୁ ଯାହା ଆପଣଙ୍କ ଦୈନନ୍ଦିନ ଜୀବନଶୈଳୀରେ ଉପକାରୀଯୋଗ୍ୟ ହୋଇପାରିବ ।

ଖଜୁରୀ ପୋଷକ ତତ୍ୱର ଏତେ ବଡ ଭଣ୍ଡାର ଯେ ଏହାକୁ ୱାଣ୍ଡର ଫୁଡ ମଧ୍ୟ କୁହାଯାଇଥାଏ । ଆଇରନ, କ୍ୟାଲସିୟମ, ଆମିନୋ ଏସିଡ୍, ଫସଫରସ୍ ଏବଂ ଭିଟାମିନରେ ଭରପୂର ଖଜୁରୀ ଆପଣଙ୍କ ଶରୀର ସମେତ ସୁନ୍ଦରତା ମଧ୍ୟ ବଢାଇଥାଏ । ଗ୍ଲୁକୋଜ ଏବଂ ଫ୍ରକ୍ଟୋଜରର ଭଣ୍ଡାର ଖଜୁରୀ ମଧୁମେହ ରୋଗରୁ ସାହାଯ୍ୟ କରିବା ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ମିଳିଥାଏ । ଖଜୁରୀରେ ୫୪ପ୍ରତିଶତ ଚିନି ଏବଂ ୭ପ୍ରତିଶତ ପ୍ରୋଟିନ ମିଳିଥାଏ । ଏହା ଶରୀରପାଇଁ ବହୁ ଉପଯୋଗୀ ଅଟେ । ଏଥିରେ କୋଲେଷ୍ଟ୍ରୋଲ ନଥାଏ ଏବଂ ଗୋଟେ ଖଜୁରୀରୁ ୨୩କ୍ୟାଲୋରୀ ମିଳିଥାଏ । ଏହାସହ ଶିରାପ୍ରଶିରାର ହାନି ଘଟାଇନଥାଏ, କ୍ୟାନସରରୁ ମଧ୍ୟ ରକ୍ଷା କରିଥାଏ , ଏବଂ ହୃଦଜନିତ ସମସ୍ୟାରୁ ମୁକ୍ତି କରିବାରେ ସହାୟକ ହୋଇଥାଏ ।

ନିୟମିତ ପ୍ରକ୍ରିୟାରେ ୨,୩ଟି ଖଜୁରୀ ଖାଇବାଦ୍ୱାରା ଶରୀର ଫୂର୍ତ୍ତି ଏବଂ ସତେଜ ହୋଇଥାଏ । କାର୍ଯ୍ୟକରିବାର ଉତ୍ସାହ ମଧ୍ୟ ବଢିଥାଏ । ଏବଂ ଏହାଦ୍ୱାରା ତ୍ୱଚାରେ ମଧ୍ୟ ଚମକ ଆସିଥାଏ । ରାତିସାରା ଖଜୁରୀକୁ କାଣିରେ ଭିଜାଇ ସକାଳେ ଖାଲି ପେଟରେ ଖାଇବାଦ୍ୱାରା ପେଟରୋଗରୁ ମୁକ୍ତି ମିଳିଥାଏ । ନିୟମିତ ଏପରି କରିବାଦ୍ୱାରା କୋଷ୍ଠକାଠିନ୍ୟରୁ ମଧ୍ୟ ଉପଶମ ମିଳିଥାଏ । ଖଜୁରୀକୁ ରାତିରେ କ୍ଷୀରରେ ଭିଜାଇ ପୁରୁଷମାନେ ସକାଳେ ଖାଇବାଦ୍ୱାରା ସେମାନଙ୍କ ଯୌନକ୍ରିୟା ଶକ୍ତି ବୃଦ୍ଧିପାଇଥାଏ । ଏବଂ ଶରୀର ଦୁର୍ବଳଥିବା ବ୍ୟକ୍ତିଙ୍କୁ ଖଜୁରୀ ଖାଇବାଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟ ମଧ୍ୟ ମିଳିଥାଏ ।

(ସୌଜନ୍ୟ- ଆଜତକ୍)