କଦଳୀ ପତ୍ରରେ ଖାଇଲେ କ’ଣ କ’ଣ ଲାଭ ମିଳେ ?

146

କଦଳୀ ସମସ୍ତେ ଖାଆନ୍ତି । ଏବଂ କଦଳୀ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭପ୍ରଦ ମଧ୍ୟ । ଆପଣ ଦେଖିଥିଲେ ଅଧିକରୁ ଅଧିକ ଲୋକ ସକାଳେ କଦଳୀ ଖାଇବା ପାଇଁ ପସନ୍ଦ କରନ୍ତି । କିନ୍ତୁ ଆପଣ ଜାଣନ୍ତି କି କଦଳୀ ବ୍ୟତୀତ କଦଳୀ ପତ୍ର ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଭଲ । କଦଳୀ ପତ୍ରରେ ଗରମ ଖାଦ୍ୟ ପରଷିବା ଦ୍ୱାରା ପତ୍ରରେ ଥିବା ପୋଷକ ତତ୍ୱ ଖାଦ୍ୟରେ ମିଶିଯାଏ, ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଭଲ । ତେବେ ଆସନ୍ତ ଜାଣିବା କଦଳୀ ପତ୍ରରେ ଖାଇଲେ କ’ଣ କ’ଣ ଲାଭ ମିଳେ . . . . .

୧. ଫାଇବାର, କାଚ, କଂସା, ପତଳ ଓ ଷ୍ଟିଲ ଆଦି ପ୍ଲେଟ୍‌ରେ ଖାଦ୍ୟ ଖାଇବା ଅପେକ୍ଷା କଦଳୀ ପତ୍ରରେ ଖାଇଲେ ଅଧିକ ଆନନ୍ଦ ମିଳିଥାଏ । କେବଳ ଯେ କଦଳୀ ପତ୍ରରେ ଖାଇବା ଦ୍ୱାରା ଶାନ୍ତି ମିଳିଥାଏ ତାହା ନୁହେଁ, ଏହା ଦ୍ୱାରା ଶରୀର କେତେକ ରୋଗ ମଧ୍ୟ ଭଲ ହୋଇଥାଏ ।

୨. କଦଳୀ ପତ୍ରରେ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଥିବା ହେତୁ ଆଜିକାଲି ବଡ଼ବଡ଼ ହୋଟେଲମାନଙ୍କରେ ଗ୍ରାହକଙ୍କୁ ଖାଦ୍ୟ କଦଳୀ ପତ୍ରରେ ଖାଦ୍ୟ ପରଶା ଯାଉଛି ।

୩. ଯଦି ଆପଣ ପ୍ରତ୍ୟହ କଦଳୀ ପତ୍ରରେ ଖାଦ୍ୟ ଖାଉଛନ୍ତି, ତେବେ ଆପଣଙ୍କୁ  କର୍କଟ ରୋଗ ହେବାର ଆଶଙ୍କା କମ୍‌ । ଯେଉଁମାନେ ଏହି ରୋଗରେ ପୀଡ଼ିତ ଅଛନ୍ତି ସେମାନେ କଦଳୀ ପତ୍ରରେ ଖାଇବା ଲାଭପ୍ରଦ ହୋଇଥାଏ ।

୪. କଦଳୀ ପତ୍ରରେ ଖାଇବା ଦ୍ୱାରା ଶରୀରରେ ପୋଷାଣତତ୍ତ୍ୱ ବୃଦ୍ଧି ପାଇଥାଏ ।

୫. କଦଳୀ ପତ୍ରରେ ଖାଦ୍ୟ ରଖିବା ଦ୍ୱାରା ଖାଦ୍ୟରେ ଥିବା ନକରାତ୍ମକ ଶକ୍ତି ହ୍ରାସ ପାଇଥାଏ । ଏହା ଏକ ଆଣ୍ଟି-ବ୍ୟାକଟେରିଆ ଭାବେ କାମ କରିଥାଏ ।

୬. ଏତଦ୍‌ ବ୍ୟତୀତ ଗୋଟିଏ ଖାଦ୍ୟକୁ ପ୍ଲେଟରେ ଖାଇବା ଓ  ସେହି ଖାଦ୍ୟକୁ କଦଳୀ ପତ୍ର ଖାଇବା ଭିତରେ ପାର୍ଥକ୍ୟ ବାରି ହୋଇଯାଏ । କାରଣ କଦଳୀ ପତ୍ରରେ ଖାଇବା ଦ୍ୱାରା  ଖାଦ୍ୟର ସ୍ୱାଦ ଦ୍ୱିଗୁଣିତ ହୋଇଥାଏ ।

୭. ପ୍ଲେଟରେ ଖାଇବା ଦ୍ୱାରା ଏଥିରେ ଥିବା ରାସାୟନିକ ପଦାର୍ଥ ରହିଥାଏ, ଯାହାକି ଆମ ଶରୀର ଉପରେ କୁପ୍ରଭାବ ପକାଇଥାଏ । କଦଳୀ ପତ୍ର ସ୍ୱଚ୍ଛ ହୋଇଥିବାରୁ ରାସାୟନିକ ପଦାର୍ଥର ଭୟ ରହି ନଥାଏ ।