ଭରତପୁର ଜଙ୍ଗଲରୁ ମିଳିଲା ମହିଳାଙ୍କ କଟାମୁଣ୍ଡ : ମୃତ ମହିଳାଙ୍କ ନାଁ ପୁଷ୍ପଲତା, ଘର ଗଞ୍ଜାମରେ ସୂଚନା

 ଅଟକ ୨ଜଣଙ୍କୁ ଘଟଣାସ୍ଥଳକୁ ନେଇ ସିନ୍ ରି-କ୍ରିଏସନ କଲା ପୋଲିସ

769

କନକ ବ୍ୟୁରୋ : ଅନ୍ଧାରୁଆ-ଦାସପୁରରେ ମହିଳାଙ୍କ ମୁଣ୍ଡ କାଟି ହତ୍ୟା ଘଟଣା । ପୋଲିସକୁ ମିଳିଲା ବଡ ସଫଳତା । ଭରତପୁର ଜଙ୍ଗଲରୁ ମିଳିଲା ମହିଳାଙ୍କ କଟାମୁଣ୍ଡ । ରହସ୍ୟ ଉନ୍ମୋଚନ ପାଇଁ ୨ଅଭିଯୁକ୍ତକୁ ସ୍ପଟ ଉପରକୁ ନେଇଥିଲା ପୋଲିସ । ସିନ୍ ରି-କ୍ରିଏସନରେ କଟାମୁଣ୍ଡ ଅଭିଯୁକ୍ତ ଦେଖାଇଛନ୍ତି । ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ସହ ଯାଇ କଟାମୁଣ୍ଡ ଚିହ୍ନଟ କରିଛନ୍ତି । ଏଥିସହିତ ମୃତ ମହିଳାଙ୍କର ପରିଚୟ ମଧ୍ୟ ମିଳିଛି । ମୃତ ମହିଳାଙ୍କ ନାଁ ହେଉଛି ପୁଷ୍ପଲତା , ଘର ଗଞ୍ଜାମରେ ବୋଲି ସୂଚନା ମିଳିଛି । ପୋଲିସ ଆଗରେ ମହିଳାଙ୍କ ପରିଚୟ ଦେଇଛି ଅଭିଯୁକ୍ତ ।

ସକାଳେ ୨ଜଣଙ୍କୁ ଅଟକ ରଖି ରଖି ପଚରା ଉଚରା କରିବା ପରେ ଘଟଣା ସ୍ଥଳକୁ ନେଇଛି ପୋଲିସ । ମହିଳା ଜଣଙ୍କ ଭୁବନେଶ୍ୱର ବସ୍ତିର ପୁଷ୍ପଲତା ବୋଲି ସୁଚନା ମିଳିଛି  । ପରିବାର ଲୋକ ତାଙ୍କୁ  ଚିହ୍ନଟ କରିଥିବା ସୁଚନା ଦେଇଛି ପୋଲିସ । ଏହି ଘଟଣାର ତଦନ୍ତ ଜାରି ରହିଥିବାରୁ ତେବେ ମହିଳା ଜଣଙ୍କ କେଉଁ ଅଂଚଳର ଏବଂ ତାଙ୍କ ପରିଚୟ ବିଷୟରେ ସବିଶେଷ ତଥ୍ୟ ଦେଇନି ପୋଲିସ । ଅନ୍ଧାରୁଆ-ଦାସପୁର ରାସ୍ତାକଡ଼ରୁ ମହିଳାଙ୍କ ମୁଣ୍ଡ ବିହିନ ମୃତ ଦେହ ମିଳିଥିଲା । ଏପରିକି ଦୁଇ ଦୁଇ ଥର ମହିଳାଙ୍କ ଶବ ବ୍ୟବଚ୍ଛେଦ କରିଥିଲା ପୋଲିସ ।

ତେବେ ଅଭିଯୁକ୍ତ ମହିଳାଙ୍କୁ କାହିଁକି ହତ୍ୟା କଲେ ଓ କେଉଁ କାରଣରୁ ହତ୍ୟା କଲେ । ତା ଉପରୁ ପରଦା ଉଠିବ । ପୁରା ଘଟଣାର ଖୋଳତାଡ ଜାରି କରାଯାଇଛି । କଟାମୁଣ୍ଡ ମିଳିବା ସ୍ଥାନରୁ ମାଟି ମଧ୍ୟ ସଂଗ୍ରହ କରାଯାଇଛି । ପୂର୍ବରୁ ସେପଟେ ପୋଲିସ ପରକୀୟା ପ୍ରୀତି ନେଇ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଥିଲା । ଆଜି ଅଭିଯୁକ୍ତ ଚିହ୍ନଟ ହେବା ପରେ ଘଟଣା ଉପରୁ ପରଦା ଉଠିବ । ଏହି ଘଟଣା ଦୁଇ ଅଭିଯୁକ୍ତ ରହିଛନ୍ତି ନା ସେମାନଙ୍କ ସହିତ ଆଉ କେହି ସାମିଲ ଅଛନ୍ତି ସେ ବିଷୟରେ ଜଣାପଡିବ ।