ଖୋଲିବ କଟାମୁଣ୍ଡ କାହାଣୀ : ମିଳିଲା କଟାମୁଣ୍ଡ,କେଉଁଠି ଫୋପାଡିଥିଲେ ଅଭିଯୁକ୍ତ ? ସିନ୍ ରିକ୍ରିଏସନ୍ ବେଳେ କଟାମୁଣ୍ଡ ଦେଖାଇଲା ଅଭିଯୁକ୍ତ

239

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ଅନ୍ଧାରୁଆ-ଦାସପୁରରେ ମୁଣ୍ଡବିହୀନ ମହିଳାଙ୍କ ମୃତଦେହ ମିଳିବା ଘଟଣା । ଘଟଣାରେ ୨ଜଣ ଅଭିଯୁକ୍ତ ଅଟକ ରଖିବା ପରେ ସେମାନଙ୍କୁ ଘଟଣା ସ୍ଥଳକୁ ନେଇ ସିନ୍ ରି-କ୍ରିଏସନ କରାଯାଇଥିଲା । ଏହା ପରେ ମିଳିଥିଲା କଟାମୁଣ୍ଡ । ସକାଳୁ ୨ଜଣଙ୍କୁ ଅଟକ ରଖି ଘଟଣାର ଛାନଭିନ କରିଥିଲା ପୋଲିସ । ମୃତଦେହ ମିଳିବା ସ୍ଥାନ ଠାରୁ ୨ କିଲୋମିଟର ଦ୍ୱରରେ ପୋତା ହୋଇଥିଲା କଟାମୁଣ୍ଡ । ମୃତ ମହିଳା ଜଣଙ୍କ ଭରତପୁର ବସ୍ତିରେ ରହୁଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ତାଙ୍କ ନାଁ ପୁଷ୍ପଲତା ବୋଲି ଜଣାପଡ଼ିଛି ।

ଏବେ ସାଇଣ୍ଟିଫିକ୍ ଟିମ୍ କଟାମୁଣ୍ଡକୁ ଲ୍ୟାବକୁ ନେବ । ଜବତ ମୁଣ୍ଡ, ଗଣ୍ଡିର ଡିଏନ୍‌ଏ ପ୍ରୋଫାଇଲିଂ ହେବ । ପ୍ରକୃତରେ ମୁଣ୍ଡଟି ସମ୍ପୃକ୍ତ ମହିଳାଙ୍କର କି ନୁହେଁ ତାହା ଜଣାପଡ଼ିବ। ଜବତ ମୁଣ୍ଡକୁ ଶବ ବ୍ୟବଚ୍ଛେଦ ପାଇଁ ପୋଲିସ୍ ପଠାଇଛି । ମହିଳାଙ୍କ କଟାମୁଣ୍ଡରେ ଲାଗିଥିବା ମାଟି ଓ ଘଟଣାସ୍ଥଳରେ ଥିବା ମାଟିକୁ ଲ୍ୟାବକୁ ନେଇ ପରୀକ୍ଷା କରାଯିବ । ପରବର୍ତ୍ତୀ ସମୟରେ କେଉଁ ଅସ୍ତ୍ରରେ ମହିଳାଙ୍କୁ ହତ୍ୟା କରାଯାଇଛି ସେ ବିଷୟରେ ପୋଲିସ ତଦନ୍ତ କରିପାରେ । କାହିଁକି ମହିଳାଙ୍କୁ ହତ୍ୟା କଲେ ? ହତ୍ୟା କରିବା ପରେ ମୁଣ୍ଡ କାଟ କରିବାର କାରଣ କ’ଣ ଥିଲା ସେ ନେଇ ପଚରାଉଚରା କରୁଛି ପୋଲିସ ।