ରାସ୍ତା ମଝିରେ କଟାମୁଣ୍ଡ : ଅଳିଆଗଦାରେ ଶିଶୁର ମୃତଦେହ ପଡିବା ପରେ କୁକୁର ଝୁଣିଖାଇ ଆଣିଥିବା ସେନ୍ଦେହ; ଅନୁଗୁଳ ମିଶ୍ରପଡା ଅଂଚଳରୁ ଆସିଲା ଅଭାବନୀୟ ଦୃଶ୍ୟ

307

କନକ ବ୍ୟୁରୋ : ଅନୁଗୁଳରେ ରାସ୍ତା ଉପରେ ଗଡୁଛି ନବଜାତ ଶିଶୁର କଟାମୁଣ୍ଡ । ଅନୁଗୁଳ ସହର ମିଶ୍ରପଡା ନିକଟ ନିଉ ଏରା ପବ୍ଲିକ୍ ସ୍କୁଲ ନିକଟ ରାସ୍ତା ଉପରେ ଏକ ଶିଶୁର କଟାମୁଣ୍ଡ ପଡିଥିବା ଦେଖିବାକୁ ମିଳିଛି । ଅଳିଆ ଗଦାରେ ମୃତ ନବଜାତ ଶିଶୁକୁ କେହି ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି । ପରେ କୁକୁର ଏହାକୁ ଝୁଣି ଖାଇବା ପରେ କଟା ମୁଣ୍ଡଟି ଏବେ ରାସ୍ତା ଉପରେ ପଡିଛି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ପ୍ରକାଶ ପାଇଛି ।