ସାବଧାନ ହୋଇଯାଅ ଶତ୍ରୁ ! ଭାରତକୁ ଖୁବ୍ ଶୀଘ୍ର ଆସୁଛି ଏସ୍-୪୦୦ ମିଜାଇଲ୍ ସିଷ୍ଟମ୍

264

ରୁଷ୍‌ ଭାରତକୁ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଉଥିବା ମିସାଇଲ୍‌ ସିଷ୍ଟମ୍‌ ‘ଏସ୍‌-୪୦୦ ଟ୍ରାଇଅମ୍ଫ୍‌’ ଯୋଗାଣ ଆରମ୍ଭ କରିଛି। ଯୋଜନାମତେ ଯୋଗାଣ ଚାଲିଥିବା କଥା ‘ଦୁବାଇ ଏୟାର୍‌ ସୋ’ ଆଗରୁ ‘ଫେଡେରାଲ୍‌ ସର୍ଭିସ୍‌ ଫର୍‌ ମିଲିଟାରି-ଟେକ୍ନିକାଲ୍ କୋଅପରେସନ୍‌’ର (ଏଫ୍‌ଏସ୍‌ଏମ୍‌ଟିସି) ନିର୍ଦେଶକ ଡିମିଟ୍ରି ସୁଗାଏଭ୍‌ ସମ୍ବାଦ ସରବରାହ ସଂସ୍ଥାନ ‘ସ୍ପୁଟ୍‌ନିକ୍‌’କୁ କହିଛନ୍ତି।  ସୁଗାଏଭ୍‌ କହିଛନ୍ତି, ଭାରତକୁ ‘ଏସ୍‌-୪୦୦ ଏୟାର୍‌ ଡିଫେନ୍‌ସ୍‌ ସିଷ୍ଟମ୍‌’ ଯୋଗାଣ ଆରମ୍ଭ ହୋଇଛି ଏବଂ ନିର୍ଦ୍ଧାରିତ ସୂଚୀମତେ ତାହା ଚାଲିଛି। ‘ଏସ୍‌-୪୦୦’ ଯୋଗାଣ ନିମନ୍ତେ ୨୦୧୮ ଅକ୍ଟୋବରରେ ରୁଷ୍‌ ଓ ଭାରତ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା।

ସୂଚନାଯୋଗ୍ୟ, ଚୀନ୍‌ ଓ ତୁର୍କୀ ସେନାରେ ‘ଏସ୍‌-୪୦୦ ସିଷ୍ଟମ୍‌’ ସାମିଲ ହୋଇ ସାରିଛି। ଅଗଷ୍ଟ ମାସରେ ରୁଷ୍‌ର ରାଷ୍ଟ୍ରୀୟ ଅସ୍ତ୍ରଶସ୍ତ୍ର ଯୋଗାଣକାରୀ ‘ରୋସୋବୋରୋନେକ୍ସପୋର୍ଟ’ର ମୁଖ୍ୟ ଆଲେକ୍‌ଜାଣ୍ଡାର ମିଖିଭ୍‌ ‘ସ୍ପୁଟ୍‌ନିକ୍‌’କୁ କହିଛନ୍ତି ଯେ, ପୂର୍ବ ଭାରତ, ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଏବଂ ଆଫ୍ରିକାର ୭ଟି ଦେଶକୁ ‘ଏସ୍‌-୪୦୦ ଡିଫେନ୍‌ସ୍‌ ସିଷ୍ଟମ୍‌ସ୍‌’ ଯୋଗାଣ ବୁଝାମଣା ଚାଲିଛି।