ଆତ୍ମସମର୍ପଣ କଲେ ସପ୍ନା ଚୌଧୁରୀ। ଠକେଇ ଅଭିଯୋଗ ପରେ କୋର୍ଟରେ ଆତ୍ମସମର୍ପଣ।

97

କନକ ବ୍ୟୁରୋ: ହରିଆଣା ଡ୍ୟାନସର ସପ୍ନା ଚୌଧୁରୀ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ଠକେଇ ଅଭିଯୋଗରେ ସେ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ପୂର୍ବରୁ ତାଙ୍କ ନାଁରେ ଗିରଫ ନେଇ ୱାରେଣ୍ଟ ଜାରି ହୋଇଥିଲା, ଏହାକୁ ନେଇ ଗିରଫଦାରୀର ଖଣ୍ଡା ତାଙ୍କ ମୁଣ୍ଡରେ ଝୁଲୁଥିଲା ।

ଉତ୍ତରପ୍ରଦେଶର ଆଶିୟାନା ଥାନାରେ ସପ୍ନାଙ୍କ ସହ ଅନ୍ୟ କିଛି ଜଣଙ୍କ ନାଁରେ ଧୋକା ଏବଂ ଠକେଇର ଅଭିଯୋଗ ଲଗାଇଥିଲେ । ଏହା ପରେ ସମସ୍ତଙ୍କ ନାଁରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଥିଲା । ସେ ଟଙ୍କା ନେବାପରେ ମଧ୍ୟ ସୋ କରିବା ପାଇଁ ପହଞ୍ଚିନଥିଲେ ।