ହରିଶଙ୍କର ପୀଠରେ ବୁଲୁଛି କଲରାପତରିଆ ବାଘ : କ୍ୟାମେରାରେ କଏଦ ହେଲା ଦୃଶ୍ୟ; ଜନବସତି ଅଂଚଳକୁ ଆସୁଥିବାରୁ ଲୋକଙ୍କ ଭିତରେ ଭୟ

205

କନକ ବ୍ୟୁରୋ : ପ୍ରସିଦ୍ଧ ହରିଶଙ୍କର ପୀଠରେ ବୁଲୁଛି କଲରାପତରିଆ ବାଘ । ଯାହାର ଦୃଶ୍ୟ କ୍ୟାମେରାର କଏଦ ହୋଇଛି । ସୋମବାର ପୀଠରେ ବାଘ ବୁଲୁଥିବା ଦେଖି ସ୍ଥାନୀୟ ଲୋକେ ହରିଶଙ୍କର ବନ ବିଭାଗକୁ ସୂଚନା ଦେଇଥିଲେ । ବାଘ ବୁଲୁଥିବାର ଫଟୋ କିଛି ଲୋକ ପଠାଇଥିବା ଖପ୍ରାଖୋଲ ରେଞ୍ଜର ଦାୟିତ୍ୱରେ ଥିବା ପ୍ରଭାତ ସେଠୀ କହିଛନ୍ତି ।

ଅଂଚଳରେ କଲରାପତରିଆ ବାଘ ରହିଥିଲେ ମଧ୍ୟ ଜନବସତି ଅଂଚଳକୁ ଆସୁନଥିଲା । ଏବେ ବାଘ ଜନବସତି ଅଂଚଳକୁ ଆସୁଥିବାରୁ ଲୋକଙ୍କ ମଧ୍ୟରେ ଭୟ ରହିଛି । ହରିଶଙ୍କର ପୀଠରେ ଥିବା ପାକିଂ ସ୍ଥଳ ପାଖରେ ଦୋକାନୀମାନେ ସେମାନଙ୍କ ପରିବାର ସହ ରହୁଛନ୍ତି । ଫଳରେ ବାଘକୁ ନେଇ ସେମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।