ଜାଡେଜାଙ୍କୁ ଭଜିଙ୍କ ପରାମର୍ଶ ! କେମିତି ଖେଳିବେ ବିଶ୍ୱକପ ସେନେଇ ଦେଲେ ମନ୍ତ୍ର । 

168

ଭାରତର ପୂର୍ବତନ କ୍ରିକେଟର ତଥା ବରିଷ୍ଠ ଅଫ୍ ସ୍ପିନର୍ ହରଭଜନ ସିଂହଙ୍କ ଦୃଷ୍ଟିରେ ରବୀନ୍ଦ୍ର ଜାଦେଜା ବିଶ୍ୱକପରେ ଭାରତୀୟ ଟିମରେ ସ୍ଥାନ ପାଇପାରିବେ । ମାତ୍ର ସ୍ପିନର ଭାବରେ ଟିମରେ ସାମିଲ ହେବାକୁ କିଛି କାମ କରିବାକୁ ପଡ଼ିବ ବୋଲି ହରଭଜନ କହିଛନ୍ତି । ଯାଦୁକାରୀ ସ୍ପିନର କୁଲଦୀପ ଯାଦବ ଏବଂ ୟୁଜବେନ୍ଦ୍ର ଚହଲ ବିଗତ ୧୮ ମାସ ମଧ୍ୟରେ ଦିନିକିଆ ଏବଂ ଟି-୨୦ ଫର୍ମାଟରେ ଭାରତର ଶୀର୍ଷସ୍ତରର ସ୍ପିନର ଭାବରେ ପରିଚୟ କରିଛନ୍ତି । ସ୍ଥିତି ଏଭଳି ହୋଇଛି ଯେ, ରବୀନ୍ଦ୍ର ଜାଦେଜା ଏବଂ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସ୍ଥାନ ମିଳିବା କଷ୍ଟ ହୋଇପାରେ ।

ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ଶୃଙ୍ଖଳାରେ ରବୀନ୍ଦ୍ର ଜାଦେଜାଙ୍କୁ ଅନ୍ତିମ ଏକାଦଶରେ ସୁଯୋଗ ମିଳି ନଥିଲା ହରଭଜନ ଏକ ସାକ୍ଷାତକାରରେ କହିଛନ୍ତି, ଆପଣଙ୍କୁ ମନେ ଥିବ, ୨୦୧୭ ଚାମ୍ପିଅନ୍ସ ଟ୍ରଫିରେ ବ୍ରିଟେନରେ ପାଣିପାଗ ଗରମ ଏବଂ ଗୁଳୁଗୁଳି ଥିଲା । ଏଥି ପାଇଁ ଏଥର ମଧ୍ୟ ପାଣିପାଗ ଏଭଳି ହେଲେ ଜାଦେଜାଙ୍କୁ ଏକ ପ୍ୟାକେଜ ଭାବରେ ନିଆଯାଇ ପାରିବ । ଯଦି ବିପକ୍ଷୀ ଟିମରେ ୫ରୁ ୬ ଡାହାଣ ହାତୀ ବ୍ୟାଟ୍ସମ୍ୟାନ ନେଇ ଖେଳନ୍ତି, ତା’ହେଲେ ଜାଦେଜାଙ୍କୁ ଭାରତୀୟ ଟିମରେ ରଖାଯାଇ ପାରିବ । କାରଣ ଜାଦେଜା ୬ଷ୍ଠ କ୍ରମରେ ବୋଲିଂ କରିପାରିବେ । ହାର୍ଦ୍ଦିକ ପାଣ୍ଡ୍ୟା ୭ମ କ୍ରମରେ ବୋଲିଂ କରିପାରିବେ ।