ଅଭିନେତ୍ରୀ ଭାବେ ଖୁସି ଅଛି, ସୁଯୋଗ ମିଳିଲେ ରାଜନୀତି କରିବି: କଙ୍ଗନା

210

କନକ ବ୍ୟୁରୋ: ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହୁଥିବା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ୍ ଏବେ ନିଜ ଅଭିନୀତ ଫିଲ୍ମ ‘ଥଲାଇବି’କୁ ନେଇ ଚର୍ଚ୍ଚାରେ । ଏହି ଚଳଚ୍ଚିତ୍ରରେ ସେ ତାମିଲନାଡୁ ଭୂତପୂର୍ବ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଚରିତ୍ରକୁ ନିଖୁଣ ଭାବେ ଉତାରିଛନ୍ତି କଙ୍ଗଣା । ଏହାର ପ୍ରମୋସନ ପାଇଁ ଦିଲ୍ଲୀ ଯାଇଥିଲେ କଙ୍ଗଣା । ଥଲାଇବି ମୁଭି ଉପରେ କହୁ କହୁ କହିଥିଲେ ରାଜନୀତିରେ ପ୍ରବେଶ କଥା ।
‘ଥଲାଇବି’ରେ ଜୟଲଳିତାଙ୍କ ପରି ତାଙ୍କୁ ମଧ୍ୟ ସୁଯୋଗ ମିଳିଲେ ସେ ମଧ୍ୟ ରାଜନୀତି କରିବେ ବୋଲି କହିପକାଇଥିଲେ କଙ୍ଗଣା । ବୋଧହୁଏ ଏହା ତାଙ୍କ ମନ କଥା ବୋଲି ତାଙ୍କ ଫ୍ୟାନ ମାନଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । ଏହି ମଂଚରେ ଫିଲ୍ମର ପ୍ରଯୋଜନ ବିଷ୍ଣୁବର୍ଦ୍ଧନ ଇନ୍ଦୁରୀ ମଧ୍ୟ ଉପସ୍ଥିତ ଥିଲେ ।

ରାଜନୀତି ହେଉ କି ସାମାଜିକ ପ୍ରସଙ୍ଗ, ଏସବୁ ନେଇ ନିଡର ଭାବେ ନିଜ ମତାମତ ଦେଇ ସବୁବେଳେ ର୍ଚ୍ଚାରେ ରହିଅସୁଛନ୍ତି କଙ୍ଗଣା ରଣାୱତ୍ । ତାଙ୍କର ଏପରି ନିର୍ଭିକ ଗୁଣକୁ ଅନେକ ସମର୍ଥନ କରୁଥିବାବେଳେ ଅନେକ ଏହାକୁ ବିରୋଧ କରୁଥିବାର ଅନେକ ନଜିର ରହିଛି । ଫିଲ୍ମ ରିଲିଜ୍ ପୂର୍ବରୁ ଏକ ସମ୍ବାଦିକ ସମ୍ମିଳନୀରେ ଯୋ ଦେଇଥିଲେ କଙ୍ଗଣା । କୌଣସି ମତେ ଏହି ଫିଲ୍ମ ତାଙ୍କର ରାଜନୀତିରେ ପ୍ରବେଶକୁ ସଙ୍କେତ ଦେଉଛି କି ବୋଲି ପ୍ରଶ୍ନ କରିଥିଲେ ସାମ୍ବାଦିକ । ଆଉ ଏହାର ଉ୍ତ୍ତର ଦେବାକୁ ଯାଇ କଙ୍ଗଣା କହିଥିଲେ – ମଲ୍ଟିପ୍ଲେକ୍ସ ଗୁଡିକୁ ନେଇ ପ୍ରଯୋଜକ ସମସ୍ୟାରେ ପଡୁଥିବାରୁ ଏହି ମୁଭି ଅଧିକାଂଶ ମଲ୍ଟିପ୍ଲେକ୍ସରେ ହିନ୍ଦିରେ ରିଲିଜ ହେବ ନାହିଁ । ମୁଁ ଜଣେ ଜାତୀୟବାଦୀ ଓ ଦେଶର ସଚେତନ ନାଗରିକ । ତେଣୁ ଦେଶର ହିତ ପାଇଁ ମତ ପ୍ରକାଶ କରିଥାଏ । ମୁଁ ଅଭିନେତ୍ରୀ ଭାବେ ଖୁସି ଅଛି । କିନ୍ତୁ ଭବିଷ୍ୟତରେ ଯଦି ଲୋକେ ମୋତେ ପସନ୍ଦ କରନ୍ତି ଓ ସମର୍ଥନ କରନ୍ତି ତେବେ ରାଜନୀତି ରଣାଙ୍ଗନରେ ମଧ୍ୟ ଓହ୍ଲାଇବି ବୋଲି କହିଛନ୍ତି କଙ୍ଗଣା । ତେବେ କଙ୍ଗଣାକଙ୍କ ଏକଥା ସତ ହେଲେ ସେ କେଉଁ ଦଳରେ ଯୋଗ ଦେବେ ତାକୁ ଅପେକ୍ଷା ।