ଧନ୍ୟବାଦ ସୁଷମା ସ୍ୱରାଜ: ପାକିସ୍ତାନରୁ ଫେରିବା ପରେ ବୈଦେଶିକ ମନ୍ତ୍ରୀଙ୍କୁ ଭେଟିଲେ ହମିଦ ଅନସାରୀ

ସୁଷମା ସ୍ୱରାଜଙ୍କ ସହାୟତା ପରେ ମୁକୁଳିଲେ

269

କନକ ବ୍ୟୁରୋ: ୬ବର୍ଷ ପରେ ଘର ବାହୁଡା । ପାକିସ୍ତାନର ପେଶାୱର ଜେଲରେ ବନ୍ଦୀ ଥିବା ଭାରତୀୟ ନାଗରିକ ମୁକ୍ତ ହୋଇଛନ୍ତି । ଜେଲରୁ ମୁକ୍ତ ହେବା ପରେ ୱାଘା ସୀମା ଦେଇ ସେ ଭାରତରେ ପ୍ରବେଶ କରିଛନ୍ତି । ଦୀର୍ଘ ୬ବର୍ଷ ପରେ ପୁଅକୁ ପାଖରେ ପାଇ ଆତ୍ମହରା ହୋଇପଡିଛନ୍ତି ପରିବାର ଲୋକେ । ଭାରତ ଫେରିବା ପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଭେଟିଛନ୍ତି ହମିଦ ଅନସାରୀ । ଏବଂ ତାଙ୍କୁ ପାକିସ୍ତାନ ଜେଲରୁ ମୁକ୍ତି କରିବା କ୍ଷେତ୍ରରେ ତାଙ୍କର ସହାୟତା ପାଇଁ ସ୍ୱରାଜଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅନସାରୀ ।

୨୦୧୨ରେ ହମିଦ ଗିରଫ ହୋଇ ଜେଲରେ ଥିଲେ ମୁମ୍ବାଇ ବାସିନ୍ଦା ହମିଦ ନିହାଲ ଅନସାରୀ । ଡିସେମ୍ବର ୧୫ରେ ହମିଦଙ୍କ ଦଣ୍ଡାଦେଶ ଶେଷ ହୋଇଥିଲା । ହେଲେ ସରକାରୀ କାଗଜପତ୍ର ପ୍ରସ୍ତୁତ ହୋଇନଥିବାରୁ ସେ ଭାରତକୁ ଫେରିପାରିନଥିଲେ । ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ହସ୍ତକ୍ଷେପ ପରେ ୬ବର୍ଷ ହମିଦଙ୍କ ଘରବାହୁଡା ହେଉଛି । ନଭେମ୍ବର ୨୦୧୨ରେ କାବୁଲରେ ଚାକିରୀ ହୋଇଯାଇଛି କହି ହମିଦ ଘରୁ ବାହାରି ପଡ଼ିଥିଲେ । ଅନଲାଇନ ଜରିଆରେ ଜଣେ ପାକିସ୍ତାନୀ ଯୁବତୀଙ୍କ ସହ ସମ୍ପର୍କ ଗଢି ଉଠିଥିଲା । ଏବଂ ସମ୍ପୃକ୍ତ ଯୁବତୀ ଜଣଙ୍କୁ ବିବାହ କରିବା ପାଇଁ ରୋକିବାରୁ ତାଙ୍କୁ ଭଟିବା ପାଇଁ ପାକିସ୍ତାନୀରେ ପହଂଚି ଥିଲେ ହମିଦ । ହେଲେ ସେଠାରେ ନକଲି ପରିଚୟ ପତ୍ର ନେଇ ପାକିସ୍ତାନରେ ଅବୈଧ ପ୍ରବେଶ କରିବା ତାଙ୍କୁ ମହଙ୍ଗା ପଡ଼ି ଯାଇଥିଲା ।

 

ଗୁଇନ୍ଦା ସନ୍ଦେହରେ ୩୩ବର୍ଷୀୟ ହମିଦ୍ଙ୍କୁ ଗିରଫ କରିଥିଲା ପାକିସ୍ତାନୀ ସେନା । ୨୦୧୫ରେ ନକଲି ପାକିସ୍ତାନୀ ପରିଚୟ ରଖିବା ମାମଲାରେ ସୈନିକ ଅଦାଲତ ତାଙ୍କୁ ୩ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ସେପଟେ ତଦନ୍ତରୁ ଜଣାପଡ଼ିଥିଲା ନକଲି ପରିଚୟ ପତ୍ର ତାଙ୍କୁ ପାକିସ୍ତାନୀ ଯୁବତୀ ହିଁ ଦେଇଥିଲେ । ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ହସ୍ତକ୍ଷେପ ପରେ ହମିଦ ଅନସାରୀ ନିଜ ପରିବାରକୁ ଫେରିଛନ୍ତି ।